ଓଡ଼ିଶାଲାଇଭ୍ ବ୍ୟୁରୋ

ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଭୁବନେଶ୍ୱର ସ୍ଥିତ ଆଇସିଏଆର୍ – ସେଣ୍ଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଉଇମେନ୍ ଇନ୍ ଏଗ୍ରିକଲ୍‌ଚର୍ (ସିଆଇଡବ୍ଲୁଏ) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବି.ବି ପ୍ରଧାନ ଓ ଆଇସିଏଆର୍-ସିଆଇଡବ୍ଲୁଏର ନିର୍ଦ୍ଦେଶକ ଡକ୍ଟର ଅନୀଲ କୁମାର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ବୁଝାମଣା ଅନୁଯାୟୀ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗି୍ରକଲ୍‌ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଗବେଷକ ଓ ଛାତ୍ରଛାତ୍ରୀମାନେ ସିଆଇଡବ୍ଲୁଏରେ ଗବେଷଣା କାର୍ଯ୍ୟ କରିବେ। ଏହା ବ୍ୟତୀତ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ନିମନ୍ତେ ଦୁଇ ଅନୁଷ୍ଠାନ ମଧ୍ୟରେ ଛାତ୍ରଛାତ୍ରୀଙ୍କର ଆଦାନପ୍ରଦାନ ମଧ୍ୟ କରାଯିବ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଓ ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ତଥା ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଏଗି୍ରକଲ୍‌ଚର) ଡକ୍ଟର ପ୍ରିୟବ୍ରତ ପଟ୍ଟନାୟକ ଉପସ୍ଥିତ ଥିଲେ।

Comment