ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ୱାର ଷ୍ଟାର ପୁନିତ ରାଜକୁମାରଙ୍କର ୪୬ ବର୍ଷ ବୟସରେ ପରଲୋକ ଘଟିଛି। ବେଙ୍ଗାଳୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। କନ୍ନଡ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତା ପୁନିତଙ୍କ ମୃ୍ତ୍ୟ ଖବର ତାଙ୍କର ପ୍ରଶଂସକଙ୍କୁ ବଡ଼ ଝଟକା ଦେଇଛି।

ଆଜି ସକାଳେ ଜିମରେ ଓ୍ୱାର୍କଆଉଟ କରିବା ବେଳେ ପୁନିତ ହୃଦଘାତର ଶିକାର ହୋଇଥିଲୋ ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ପୁନିତ ରାଜକୁମାର ଏକାଧାରରେ ଜଣେ ଅଭିନେତା , ଗାୟକ ଓ ଜଣେ ପ୍ରଯୋଜକ  ଥିଲେ। ସେ ପ୍ରଥମେ କନ୍ନଡ ଫିଲ୍ମରେ କାମ ଆରମ୍ଭ କରିଥିଲେ। ସେ ୨୭ଟି  ଫିଲ୍ମରେ ମୁଖ୍ୟ କଳାଲାର ଭାବେ କାମ କରିବା ସହ, ତାଙ୍କ ବାପା ରାଜକୁମାରଙ୍କ ଫିଲ୍ମରେ ସେ ଶିଶୁ କଳାକାର ଭୂମିକାରେ ଦେଖାଯାଇଛନ୍ତି।

ଫିଲ୍ମ ‘ବସନ୍ତ ଗୀତା’ (୧୯୮୦), ‘ଭାଗ୍ୟବନ୍ତ’ (୧୯୮୧), ‘ଚାଲିଶୁଭା’ ‘ମୋଡଗଲୁ’ (୧୯୮୨), ‘ଏରାଡୁ ନକ୍ସାତ୍ରାଗାଲୁ’ (୧୯୮୩) ଓ ‘ବେଟାଡ୍ଦା ହୋଭୁ’ (୧୯୮୫) ପାଇଁ ବେଶ୍ ପ୍ରଶଂସା ପାଇଥିଲେ।

ବିଭିନ୍ନ ଚରିତ୍ରରେ ଅଭିନୟ କରି ଜଣେ ସଫଳ କଳାକାର ରୂପେ ନିଜକୁ ପ୍ରମାଣିତ କରିଥିଲେ। ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ସେ କାମ କରିଥିଲେ।

Comment