ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାରିନରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଅକ୍ଟୋବର ୩୧ରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୬ ତମ ଜୟନ୍ତୀ ଅବସରରେ ଭାରତ ଦୂତାବାସ ଓ ବାହାରିନ ସଂସ୍କୃତି ଓ କଳା ସମାଜ ‘ବିକାଶ’ ପକ୍ଷରୁ ଏକତା ଦିବସ ପାଳିତ ହୋଇଥିଲା। ଦୁଇ ଦିନ ଧରି ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତର କଳା, ସଂସ୍କୃତିର ପ୍ରଦର୍ଶନ ହୋଇଥିଲା।

‘ବାହାରିନ ଓଡ଼ିଆ ସମାଜ’ ପ୍ରମୁଖ ଆୟୋଜକ ଭାବରେ ଓଡ଼ିଶୀ, ସମ୍ବଲପୁରୀ ସମେତ ଅନ୍ୟାନ୍ୟ ଲୋକକଳା, ଲୋକସଂସ୍କୃତି ପରିବେଷଣ କରି ବେଶ ପ୍ରଶଂସିତ ହୋଇଥିଲା।

ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି, ବିଶ୍ୱ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ତଥା ‘ବିକାଶ’ର ଉପାଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ ସ୍ୱାଗତ ଭାଷଣ ଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

Ironman of India - Sardar Vallabhbhai Patel

ଭାରତୀୟ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ ଏବଂ ‘ବିକାସ’ ର ଅଧ୍ୟକ୍ଷ ଭଗବାନ ଅସରପୋତା ସର୍ଦ୍ଦାର ପଟେଲଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ରଖିଥିଲେ।

‘ବିକାଶ’ର ଏହି ଏକକ ମଞ୍ଚରେ ସମସ୍ତ ଭାରତୀୟ ସାମାଜ ଦ୍ୱାରା ମିଳିତ କାର୍ଯ୍ୟକ୍ରମ ଐକ୍ୟପୁରୁଷ ସର୍ଦ୍ଦାର ପଟେଲଙ୍କ ପାଇଁ ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ଉପାଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ କହିଥିଲେ। ଏହା ମାଧ୍ୟମରେ ତାଙ୍କର ପଦାଙ୍କ ଅନୁସରଣ କରି ଭାରତୀୟମାନେ ତାଙ୍କୁ ସ୍ମରଣ କରିବା ସହିତ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ।

Comment