ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଫେୟାର ଆଣ୍ଡ ଲଭ୍‌ଲୀ’ କ୍ରିମ ବିଜ୍ଞାପନ କରି ଘରେ ଘରେ ପରିଚିତ ହୋଇଛନ୍ତି ଅଭିନେତ୍ରୀ ୟାମି ଗୌତମ। ଆଜି ଏହି ଅଭିନେତ୍ରୀ ଆଜି ୩୩ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ୟାମିଙ୍କ ନିକଟକୁ ତାଙ୍କ ପ୍ରଂଶସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।

ସୁପରହିଟ୍‌ ଫିଲ୍ମ ବିକି ଡୋନରରୁ ବଲିଉଡରେ ଡେବ୍ୟୁ କରିଥିଲେ ୟାମି ଗୌତମ। ଚଳିତ ବର୍ଷ ତାଙ୍କ ଅଭିନୀତ ଦୁଇଟି ଫିଲ୍ମ ପରଦାକୁ ଆସିଛି। ଗୋଟିଏ ବାଲା ଓ ଅନ୍ୟଟି ଉରୀ। ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଛି। ଏହାବ୍ୟତୀତ କାବଲି, ସନମ୍‌ରେ,ବଦଲାପୁର ଭଳି ହିଟ୍‌ ଫିଲ୍ମ କାମ କରିଛନ୍ତି। କମ୍‌ ଫିଲ୍ମ ଅଭିନୟ କରିଥିଲେ ମଧ୍ୟ ବେଶ୍‌ ସଫଳତା ସାଉଣ୍ଟିଛନ୍ତି ୟାମି।

ତେବେ ତାଙ୍କ ସହ କାମ କରୁଥିବା ସହ କଳାକାରମାନେ ସବୁବେଳେ କହନ୍ତି ୟାମି ବେଶ୍‌ ସ୍ପଷ୍ଟବାଦୀ ଝିଅ।

Comment