ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ପରିଣତ ହୋଇଛି। ବାତ୍ୟା ଜଓ୍ୱାଦ ଏବେ ବିଶାଖାପାଟଣାରୁ ୪୨୦ କିଲୋମିଟର ଦୂରରେ ରହିଛି। ୪ ତାରିଖ ସନ୍ଧ୍ୟା ପରେ ବାତ୍ୟାର ଦିଗ ପରିବର୍ତ୍ତନ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

୫ ତାରିଖରେ ଏହା ପୂରୀ ଉପକୂଳ ନିକଟବର୍ତ୍ତୀ ହେବ। ଏହାପରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ। ଉପକୂଳ ଛୁଇଁବା ପରେ ଏହା କ୍ରମଶଃ ଦୁର୍ବଳ ହେବ। ଏହାରି ପ୍ରଭାବରେ ଓଡ଼ିଶା ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖରେ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ। ଗୁଲାବଠାରୁ ଜଓ୍ୱାଦ ପ୍ରଭାବ ଅଧିକ ରହିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ନିୟମିତ ଜୁଆରଠାରୁ ୧ ମିଟର ଜୁଆର ଉଠିପାରେ।

Comment