ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୀରେ ଧୀରେ ଦୁର୍ବଳ ହେଉଥିବା ବାତ୍ୟା ‘ଜଓ୍ୱାଦ’ ଆଜି ରାତିରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ଆଜି ସକାଳୁ ‘ଜଓ୍ୱାଦ’ ମୋଡ଼ ନେଇ ଉତ୍ତର ଦିଗରେ ଗତି କରୁଛି। ପରବର୍ତ୍ତୀ ସମୟରେ  ଏହା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ। ଏହାପରେ ବାତ୍ୟାଟି ଓଡ଼ିଶା ଉପକୂଳ ମୁହାଁ ହେବ।

ରବିବାର ମଧ୍ୟାହ୍ନରେ ଗଭୀର ଅବପାତର ରୂପ ନେଇ ପୁରୀରେ ପହଞ୍ଚିବ। ଏହାରି ପ୍ରଭାବରେ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ।

Comment