ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୀରେ ଧୀରେ ବାତ୍ୟା ‘ଜଓ୍ୱାଦ’ ଦୁର୍ବଳ ହେଉଛି। ରବିବାର ପୁରୀ ଛୁଇଁଲା ବେଳକୁ ଏହା ଆହୁରି ଦୁର୍ବଳ ହୋଇଯାଇଥିବ ବୋଲି ପାଣିପାଗ ବିଜ୍ଞାନୀଙ୍କ ନିକଟରୁ ସୂଚନା ମିଳିଛି। କିନ୍ତୁ ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୧୨ ଘଣ୍ଟା ଯାଏଁ  ଏହା ଉତ୍ତର ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ  ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ। ଗତି ପରିବର୍ତ୍ତନ କରି ଗଭୀର ଅବପାତରେ ପରିଣତ ହେବ। ଗଭୀର ଅବପାତ ବେଳେ ପବନର ବେଗ ସର୍ବାଧିକ ୭୫ କିଲୋମିଟର ରହିବ।

ଅନ୍ୟପଟେ ବାତ୍ୟକୁ ଦୃଷ୍ଟିରେ ପୁରୀ ବେଳାଭୂମିରେ ପ୍ରଶାସନ ପକ୍ଷରୁ ‘ରେଡ୍‌ ଫ୍ଲାଗ୍‌’ ଲାଗିଛି।  ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଗବାରିଣି ଖୁଣ୍ଟଠାରୁ ଲାଇଟହାଉସ୍‌ ବେଳାଭୂମି ଯାଏଁ ‘ରେଡ୍‌ ଫ୍ଲାଗ’ ଯାଏଁ ‘ରେଡ୍‌ ଫ୍ଲାଗ’ କରାଯାଇଛି।

Comment