ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଡିସେମ୍ଵର ୧୪ ଅର୍ଥାତ ମଙ୍ଗଳବାର ହେବାକୁ ଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖି ପୁନଃ ବିଚାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ବର୍ଷ ପୁରସ୍କୃତ ହେବାକୁ ଥିବା ମୋଟ୍ ୨୭ ଜଣଙ୍କ ତାଲିକାକୁ ପୁନଃ ବିଚାର କରି କୋର୍ଟ ଏବଂ ପିଟିସନରକଙ୍କୁ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ଆସନ୍ତା ୨୦୨୨ ଜାନୁଆରି ୭ ତାରିଖ ପୂର୍ବରୁ ତାଲିକାର ପୁନଃ ବିଚାର କରିବାକୁ କୁହାଯାଇଛି। ଜାନୁଆରି ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ କୋର୍ଟ ଧାର୍ଯ୍ୟ କରିଛନ୍ତି।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୯ ବର୍ଷ ପାଇଁ ଗତ ମାସରେ ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିଲା। ଏହାପରେ ପୁରସ୍କାର ପ୍ରଦାନରେ ପାତରଅନ୍ତର ହୋଇଥିବା ଅଭିଯୋଗ କରି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମ୍ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହାପରେ ହାଇକୋର୍ଟ ଏହି ମାମଲାର ବିଚାର କରି ଆଜି ଚଳଚ୍ଚିତ୍ର ପୁରସ୍କାରକୁ ସ୍ଥଗିତ ନିର୍ଦ୍ଦେଶ ଦେଇଛନ୍ତି।

Comment