ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଜିପି ଅଭୟଙ୍କ ପରେ ଓଡ଼ିଶା ପୋଲିସର ନୂଆ ମହାନିର୍ଦ୍ଦେଶକ ହେବେ ଆଇପିଏସ୍ ଅଫିସର ସୁନୀଲ କୁମାର ବଂଶଲ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଚଳିତ ମାସରେ ସେ ଡିଜିପି ଅଭୟଙ୍କଠାରୁ ଦାୟିତ୍ଵ ଗ୍ରହଣ କରିବେ।

ସୁନୀଲ କୁମାର ବଂଶଲ ୧୯୮୭ ବ୍ୟାଚ୍‌ର ଆଇପିଏସ୍ ଅଫିସର। ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ମୟୂରଭଞ୍ଜର ଏସ୍‌ପି ମଧ୍ୟ ରହିଛନ୍ତି।ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଗତ ଜୁନ୍‌ରେ ଶେଷ ହୋଇଥିଲା। ହେଲେ ସରକାର ତାଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଥିଲେ। ଫଳରେ ଚଳିତ ଡିସେମ୍ଵର ଶେଷ ପର୍ଯ୍ୟନ୍ତ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଥିଲା। ଅଭୟଙ୍କ ପରେ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବରିଷ୍ଠ ଆଇପିଏସ୍ ସୁନୀଲ କୁମାର ବଂଶଲ ନୂଆ ଡିଜିପି ହେବା ନେଇ ଗୃହ ବିଭାଗ ପକ୍ଷରୁ ଘୋଷଣା ହୋଇଛି।

Comment