ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ବର୍ଷ ଜାନୁଆରି ମାସ ୩ ତାରିଖଠାରୁ ପ୍ରଥମରୁ ପଞ୍ଚମଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯିବ। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

‘‘କରୋନା କଟକଣା ଯୋଗୁ ଦେଢ଼ ବର୍ଷ ହେଲା ସ୍କୁଲ ଗଡ଼ିକ ବନ୍ଦ ରହିଥିଲା। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନୋଡାଲ ଅଫିସରମାନେ ଜିଲ୍ଲାକୁ ଜିଲ୍ଲା ବୁଲି ସ୍କୁଲ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀମାନେ ନିୟମିତ ସଚିବଙ୍କ ସହ ବୈଠକ କରୁଛନ୍ତି। ରାଜ୍ୟର ସମସ୍ତ ସ୍କୁଲ ପରିସରକୁ ସଫାସୁତର ରଖାଯାଇଛି। ଶ୍ରେଣୀଗୃହ ନିୟମିତ ବ୍ୟବଧାନରେ ସାନିଟାଇଜ କରାଯାଉଛି। ଯେଉଁ ପିଲା ଚାହିଁବେ ସ୍କୁଲ ନଆସି ମଧ୍ୟ ଅନଲାଇନରେ ପାଠ ପଢ଼ିପାରିବେ’’, କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଜାନୁଆରି ମାସଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୨୮ ତାରିଖରେ ଘୋଷଣା କରାଯାଇଥିଲା। କିନ୍ତୁ କରୋନା ପରିସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଗତ ୨୯ ତାରିଖ ଡିଏମ୍ଇଟି ପ୍ରଫେସର ଡାକ୍ତର ରମାରମଣ ମହାନ୍ତି କହିଥିଲେ। ଏହାକୁ ନେଇ ସ୍କୁଲ ଖୋଲିବ କି ନାହିଁ ଦ୍ଵନ୍ଦ୍ଵ ଉପୁଜିଥିଲା। ଆଜି ମନ୍ତ୍ରୀଙ୍କ ଘୋଷଣା ପରେ ଜାନୁଆରି ୩ରୁ ପ୍ରଥମରୁ ପଞ୍ଚମଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ସ୍ପଷ୍ଟ ହୋଇଛି।

Comment