ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାର କୋଭିଡ କଟକଣାକୁ କଡ଼ାକଡ଼ି କରିଛନ୍ତି। ସମସ୍ତ କଲେଜ ଏବଂ ୟୁନିଭର୍ସିଟି ଆସନ୍ତା ୧୦ ତାରିଖରୁ ବନ୍ଦ ରହିବ। କେବଳ ମେଡିକାଲ କଲେଜ ଏବଂ ନର୍ସିଂ କଲେଜ ଖୋଲା ରହିବ ବୋଲି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

କଲେଜଗୁଡ଼ିକରେ ଚାଲିଥିବା ଅଫଲାଇନ୍ ପରୀକ୍ଷାକୁ ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। କଲେଜ ଓ ୟୁନିଭର୍ସିଟି ଶିକ୍ଷକମାନେ ଡ୍ୟୁଟିରେ ରହିବେ। ସମସ୍ତ ଅଫଲାଇନ୍ କ୍ଲାସ ବନ୍ଦ ରହିବ। କଲେଜ, ୟୁନିଭର୍ସିଟି ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନଲାଇନରେ କ୍ଲାସ କରିହେବ।

ଏହା ସହ ସମସ୍ତ କଲେଜ ଏବଂ ୟୁନିଭର୍ସିଟର ହଷ୍ଟେଲଗୁଡ଼ିକ ବନ୍ଦ ରହିବ। ଚାଲିଥିବା ସମସ୍ତ କୋଚିଂ ସେଣ୍ଟର ବନ୍ଦ ରହିବ। ଅନଲାଇନରେ କୋଚିଂ ଚଳାଇବାକୁ ଅନୁମତି ମିଳିଛି। ଗତ ୫ ତାରିଖ କୋଭିଡର ନୂଆ ଗାଇଡ ଲାଇନ ଜାରି କରାଯାଇ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Comment