ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୱାର୍ଡ ମେମ୍ଵରଙ୍କଠାରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଭରିବା ଆରମ୍ଭ କରିଛନ୍ତି। ଏହା ୨୧ ତାରିଖ ଯାଏଁ ଚାଲିବ।

କୋଭିଡ କଟକଣାରେ ଏଥର ନିର୍ବାଚନ ହେଉଥିବାରୁ ନାମାଙ୍କନ ସମୟରେ କୌଣସି ଶୋଭାଯାତ୍ରା ହେବ ନାହିଁ। କେବଳ ଗୋଟିଏ ଗାଡ଼ିରେ ଯାଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିରେ କୁହାଯାଇଛି।ୱାର୍ଡ ‌ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବାର ବ୍ୟବସ୍ଥା ରହିଛି।

ଜାନୁଆରି ୨୧ରେ ନାମାଙ୍କନ ଦାଖଲ ଶେଷ ହେବା ପରେ ୨୨ ତାରିଖ ଦିନ ନାମାଙ୍କନ ପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଏହାପରେ ୨୩ ତାରିଖରେ ନୋମିନେଟ୍ ପାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ତେବେ ନାମାଙ୍କନ ପ୍ରତ୍ୟାହାର କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଜାନୁଆରି ୨୫ ତାରିଖ ଅପରାହ୍‌ଣ ୩ଟା ସୁଦ୍ଧା ନିଜ ନାମ ପ୍ରତ୍ୟାହାର କରିପାରିବେ। ଏହାପରେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବାହାରିବ।ରାଜ୍ୟରେ ଏଥର ୮୫୩ ଜିଲ୍ଲା ପରିଷଦ, ୬୭୯୩ ସରପଞ୍ଚ, ୬୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ଵାର୍ଡ ମେମ୍ଵର ପଦବୀ ଲାଗି ନିର୍ବାଚନ ହେବ। ଫେବ୍ରୁଆରି ୧୬ରୁ ୨୪ ତାରିଖ ମଧ୍ୟରେ ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟ୍ ହେବ। ଏହାପରେ ଜାନୁଆରି ୨୬, ୨୭ ଏବଂ ୨୮ ତିନି ଦିନ ଧରି ବ୍ଲକ କାର୍ଯ୍ୟାଳୟରେ ଭୋଟ୍ ଗଣତି ହୋଇ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା ହେବ।

Comment