ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଆତଙ୍କ ସୃଷ୍ଟି କରିଛି କୋଭିଡ୍‌ର ନୂଆ ଭାରିଏଣ୍ଟ ଓମିକ୍ରନ। ଏହା ହେଉଛି କୋଭିଡ୍‌ ୧୯ ଭୂତାଣୁର ଏକ ସଂକ୍ରାମକ ରୂପ। ପୂର୍ବ ଅପେକ୍ଷା ଏଥିରେ କମ୍‌ ଲକ୍ଷଣ ଦେଖାଯାଉଥିବାରୁ ଏହାକୁ ଚିହ୍ନିବା କଷ୍ଟକର ହେଉଛି। ତେବେ ସାମାନ୍ୟ ଥଣ୍ଡା ହେବା, ତଣ୍ଟି ଦରଜ ହେବା, ସାମାନ୍ୟ ଜ୍ୱର ହେବା ହେଉଛି ଓମିକ୍ରନର ଲକ୍ଷଣ। ତେଣୁ ଏଭଳି ଲକ୍ଷଣ ଦିଶିଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାଇ ନିଅନ୍ତୁ। ଡାକ୍ତରଙ୍କ ପରାମର୍ଶ କରି ସଙ୍ଗରୋଧରେ ରହନ୍ତୁ।

ସଂକ୍ରମଣରୁ ରକ୍ଷା ପାଇବାର ଉପାୟ

ସଠିକ ଭାବରେ ମାସ୍କ ପିନ୍ଧିବା

ହାତକୁ ବାରମ୍ବାର ସାବୁନରେ କିମ୍ବା ସାନିଟାଇଜରରେ ସଫା କରିବା

ପରସ୍ପର ମଧ୍ୟରେ ୬ ଫୁଟ୍‌ ଶାରୀରିକ ଦୂରତା ରଖିବା।

ଜନଗହିଳ ସ୍ଥାନକୁ ନଯିବା

୧୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି କୋଭିଡ୍‌  ଦୁଇ ଡୋଜ୍‌ ଟିକା ନିଶ୍ଚୟ ନେବା ଦରକାର।home isolation-2

 ସଙ୍ଗରୋଧରେ କେମିତି ରହିବେ?

ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ଅଲଗା ରହନ୍ତୁ।

ପବନ ଚଳାଚଳ କରୁଥିବା ଘରେ ରହନ୍ତୁ।

ସବୁବେଳେ ୩ଟି ସ୍ତର ଥିବା ମାସ୍କ ପିନ୍ଧନ୍ତୁ।

ଯଥା ସମ୍ଭବ ବିଶ୍ରାମ ନିଅନ୍ତୁ ଏବଂ ଅଧିକ ପରିମାଣରେ ତରଳ ପଦାର୍ଥ ଖାଆନ୍ତୁ।

ନିୟମିତ ହାତକୁ ସାବୁନରେ ଧୁଅନ୍ତୁ କିମ୍ବା ସାନିଟାଇଜର ବ୍ୟବହାର କରନ୍ତୁ।

ନିଜେ ବ୍ୟବହାର କରୁଥିବା ଜିନିଷକୁ ଅନ୍ୟ କାହାକୁ ଦିଅନ୍ତୁ ନାହଁ।

ବାରମ୍ବାର ସଂସ୍ପର୍ଶରେ ଆସୁଥିବା ଜିନିଷକୁ ପରିଷ୍କାର ରଖନ୍ତୁ।

ପଲ୍ସ ଅକ୍ସିମିଟର ଜରିଆରେ ନିଜେ ନିଜର ଅକ୍ସିଜେନ ସ୍ତର ମାପନ୍ତୁ।

ନିଜ ଶରୀରର ତାପମାତ୍ରା ନିୟମିତ ବ୍ୟବଧାନରେ ମାପନ୍ତୁ।

Comment