ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ଜଣାଶୁଣା ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଅଭିନେତ୍ରୀ ସୁନନ୍ଦା ପରିଡ଼ାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନ ଧରି ପ୍ରଜ୍ଞାନ ଓ ସୁନନ୍ଦାଙ୍କ ମଧ୍ୟରେ ରହିଥିବା ଭଲପାଇବା ବିବାହର ରୂପ ନେଇଛି। ନିଶ୍ଚିନ୍ତକୋଇଲି ବ୍ଲକ ସାହାନିଆଜପୁର ସ୍ଥିତ ବାସଭବନରେ ଜାନୁଆରି ୨୫ ତାରିଖରେ ପ୍ରଜ୍ଞାନ ଓ ସୁନନ୍ଦାଙ୍କ ବିବାହ ସମ୍ପନ୍ନ ହୋଇଛି। ଉଭୟଙ୍କ ନିର୍ବନ୍ଧ ଗତ ୧୬ ତାରିଖରେ ସରିଥିଲା। ପରିବାର ସଦସ୍ୟ ଏବଂ ଅଳ୍ପ ବନ୍ଧୁଙ୍କ ଉପସ୍ଥିତିରେ ଓଡ଼ିଆ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା।

ପ୍ରଜ୍ଞାନ ହେଉଛନ୍ତି ଓଲିଉଡର ଜଣେ ଦକ୍ଷ ହାସ୍ୟ କଳାକାର। ସେ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ର, ସିରିଏଲ ଏବଂ ମଞ୍ଚରେ ଅଭିନୟ କରିଛନ୍ତି। ଭୁବନେଶ୍ଵସର ସ୍ଥିତ ସଂଗୀତ ମହାବିଦ୍ୟାଳୟରେ ସେ ଅଧ୍ୟୟନ କରିବା ପରେ ମଞ୍ଚରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୨୦୧୩ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର “ଡାହାବାଲୁଙ୍ଗା” ଜରିଆରେ ଫିଲ୍ମ ଦୁନିଆଁରେ ପାଦ ରଖିଥିଲେ। ଓଡ଼ିଆ ସିନେମା “ଗୋଲମାଲ” ପାଇଁ ୨୦୧୪ ମସିହାରେ ତାଙ୍କୁ ବେଷ୍ଟ କମେଡ଼ିଆନ ଭାବେ ଓଡ଼ିଶା ଷ୍ଟେଟ ଟେଲି ଆଓ୍ଵାର୍ଡ ମିଳିଥିଲା।

ପ୍ରଜ୍ଞାନଙ୍କ ଜୀବନ ସାଥୀ ସୁନନ୍ଦା ମଧ୍ୟ ଜଣେ ସଫଳ ଓଡ଼ିଆ ଅଭିନେତ୍ରୀ। ସୁନନ୍ଦା ସଂଗୀତ ମହାବିଦ୍ୟାଳୟର ଡ୍ରାମା ବିଭାଗ ଛାତ୍ରୀ ଥିବାବେଳେ ପ୍ରଜ୍ଞାନଙ୍କ ସହ ବନ୍ଧୁତା ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ଦୀର୍ଘଦିନର ସମ୍ପର୍କ ପରେ ଗତ ୨୫ ତାରିଖରେ ଦୁହେଁ ପରସ୍ପରର ଜୀବନ ସାଥୀ ହୋଇଛନ୍ତି। ସୁନନ୍ଦା ବିଭିନ୍ନ ଓଡ଼ିଆ ଫିଲ୍ମ, ସିରିଏଲ ଏବଂ ମଞ୍ଚ ନାଟକରେ ଅଭିନୟ କରିଛନ୍ତି।

Comment