ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ବିଂଶତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୨ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଥର ପାଇଁ ଓଡ଼ିଶା ଏହି ପ୍ରତିଯୋଗିତା ଆୟୋଜନ କରିଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ।

ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପାରା ଆଥଲେଟମାନେ ଅଂଶ ଗ୍ରହଣ କରିଛନ୍ତି। ମୋଟ ୭୫୮ ଜଣ ଭିନ୍ନକ୍ଷମ, ୧୫୩ ଦୃଷ୍ଟିହୀନ ଖେଳାଳିଙ୍କ ସମେତ ମୋଟ ୧୨୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭୁବନେଶ୍ଵରର ନୂଆ ମେୟର ସୁଲୋଚନା ଦାସ, ଅର୍ଜୁନ ପୁରସ୍କାର ବିଜେତା ତଥା ଜାତୀୟ ପାରା ଅଲମ୍ପିକ କମିଟିର ଅଧ୍ୟକ୍ଷା ଦୀପା ମଲ୍ଲିକ ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଯୋଗ ଦେଇଥିଲେ।

Tags: #NationalParaAthleticsChampionship #ParaAthletics #Odisha #KalingaStadium

Comment