ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଓଡ଼ିଶା ଆଜି ପାଳୁଛି ଉତ୍କଳ ଦିବସ ବା ଓଡ଼ିଶା ଦିବସ। ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଆଜି ଏକ ଗର୍ବର ଦିନ। ଏହି ପବିତ୍ର ଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଅଭିନନ୍ଦ ଜଣାଇଛନ୍ତି।

ଟୁଇଟ୍‌ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି, “ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ମୋର ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ମନ୍ଦିର ଏବଂ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ରାଜ୍ୟ ଓଡ଼ିଶା ବିଶ୍ଵକୁ ଶାନ୍ତି ଓ ପ୍ରୀତିର ବାର୍ତ୍ତା ଦେଇଛି। ଓଡ଼ିଶାର ପ୍ରଗତି ନିମନ୍ତେ ମୋର ଆନ୍ତରିକ ଶୁଭକାମନା।”

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, “ଉତ୍କଳର ଦିବସର ବିଶେଷ ଅବସରରେ ଓଡ଼ିଶାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା। ଭାରତର ପ୍ରଗତିରେ ଓଡ଼ିଶାବାସୀଙ୍କର ଅବଦାନ ଉଲ୍ଲେଖନୀୟ ଏବଂ ଓଡ଼ିଶାର ସଂସ୍କୃତି ବିଶ୍ଵବ୍ୟାପୀ ପ୍ରଶଂସିତ। ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।”

୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ଏକ ସ୍ଵତନ୍ତ୍ର ରାଜ୍ୟ ଭାବେ ଓଡ଼ିଶାର ଗଠନ ହୋଇଥିଲା। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଏହି ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେପକାଉଛନ୍ତି।

Tags: #UtkalDivas #OdishaDivas #OdishaDay #ଓଡ଼ିଶା #ଉତ୍କଳଦିବସ #ଓଡ଼ିଶାଦିବସ

Comment