ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ନୂଆ ବୈଦେଶିକ ସଚିବ ଭାବେ ଦାୟିତ୍ଵ ତୁଲାଇବେ ବିନୟ କ୍ଵାତ୍ରା। ବତ୍ତର୍ମାନ ବୈଦେଶିକ ବ୍ୟାପାର ସଚିବ ରହିଥିବା ହର୍ଷବର୍ଦ୍ଧନ ସ୍ରିଙ୍ଗଲା ଏପ୍ରିଲ ମାସ ଶେଷ ସୁଦ୍ଧା ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନ ବିନୟ କ୍ଵାତ୍ରା ନେବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୨୦୨୦ ମସିହାରୁ ବିନୟ କ୍ଵାତ୍ରା ନେପାଳରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି।
ବିନୟ କ୍ଵାତ୍ରା ୨୦୧୭ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଫ୍ରାନ୍ସରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି। ୧୯୮୮ ବ୍ୟାଚ୍ର ଆଇଏଫ୍ଏସ୍ ଅଧିକାରୀ ହେଉଛନ୍ତି ବିନୟ କ୍ଵାତ୍ରା। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବେ ମଧ୍ୟ ଦାୟିତ୍ଵ ତୁଲାଇ ସାରିଛନ୍ତି। ବିଦେଶ ସେବା କ୍ଷେତ୍ରରେ ତାଙ୍କର ପ୍ରାୟ ୩୨ ବର୍ଷର ଅଭିଜ୍ଞତା ରହିଛି। ୨୦୧୦ ମସିହା ପର୍ଯ୍ୟନ୍ତ ସେ ବିଭିନ୍ନ ରାଷ୍ଟ୍ର ପାଇଁ କୂଟନୈତିକ ମିଶନରେ କାର୍ଯ୍ୟ କରିବା ସହ ୨୦୦୬ରୁ ୨୦୧୦ ପର୍ଯ୍ୟନ୍ତ ସାର୍କ ସଚିବାଳୟରେ ଭାରତୀୟ ପ୍ରତିନିଧି ଥିଲେ।
Tags: #India #ForeignAffairSecretary #VinayKwatra