ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୨୯ ତାରିଖଠାରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର। ଆଜିଠାରୁ ଉଭୟ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରି ବଡ଼ଠାକୁରଙ୍କୁ ଦର୍ଶନ କରିଛନ୍ତି ଭକ୍ତ। ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଏବଂ ଦକ୍ଷିଣ ଦ୍ଵାର ଦେଇ ଶ୍ରଦ୍ଧାଳୁଙ୍କ ଲାଗି ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଏହା ସହିତ ସିଂହଦ୍ଵାରରେ ଥିବା ସେଡକୁ ପଶ୍ଚିମଦ୍ଵାରକୁ ସ୍ଥାନାନ୍ତର କରାଯାଇଛି। 

ଆସନ୍ତା ମେ’ ୩ ତାରିଖ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯିବ। ସେହିଦିନ ଚନ୍ଦନ ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ। ପୂର୍ବରୁ କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଥିଲା। ଯାହାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ଦେଖାଦେଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ଚାରିଦ୍ଵାର ପଟୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରି ବଡ଼ଠାକୁରଙ୍କ ଦର୍ଶନ ପାଇଁ ଅନୁମତି ଲାଗି ଦାବି ହୋଇଆସୁଥିଲା।

Tags: #PuriShreeMandir #ShreeJagannathTemple #WestGateEntry

Comment