ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋollywood villian

ଯେକୌଣସି ଫିଲ୍ମରେ ଖଳନାୟକଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥାଏ। କାରଣ ଯେତେବେଳେ କାହାଣୀର ନାୟକଙ୍କ ଆଗରେ ଖଳନାୟକ ବି ଦମଦାର ଥାଆନ୍ତି ସେତେବେଳେ ଫିଲ୍ମଟି ଦର୍ଶକଙ୍କୁ ଅଧିକ ଛୁଇଁଥାଏ। ଭିଲେନର ଡାଇଲଗ ଅନେକ ଦିନ ଯାଏଁ ଦର୍ଶକଙ୍କ ମନରେ ରହିଯାଏ। ଓଡ଼ିଆ ସିନେମା ଜଗତରେ ସେମିତି କିଛି ଜଣ ଖଳ ଅଭିନେତା ଥିଲେ, ଯେଉଁମାନେ ବେଶ୍‌ କମାଲ ଦେଖାଇଛନ୍ତି, ଯାହାଙ୍କୁ ଆଜିବି ଦର୍ଶକ ଝୁରୁଛନ୍ତି।

ରାଇମୋହନ ପରିଡ଼ା

ସିନେମା ବା ଟେଲିଭିଜନ୍ ପରଦାରେ ଏବଂ ରଙ୍ଗମଞ୍ଚ ବା ଅପେରାରେ ସେ ହୁଏତ ଥିଲେ ଜଣେ ଜବରଦସ୍ତ ଖଳନାୟକ। ତାଙ୍କ ଡାଏଲଗରେ ପରଦା ହଲି ଯାଉଥିଲା। ଦର୍ଶକମାନେ ମଜ୍ଜି ଯାଉଥିଲେ। ତାଙ୍କର ‘ହେଇ ଅନାନି’, ‘ମୁଁ ନାଗିନା’ ଭଳି କିଛି ଡାଇଲଗ ଦର୍ଶକଙ୍କ ମନରେ ଘର କରି ରହଯାଇଛି। ରାଇମୋହନ ‘ରଣଭୂମି’, ‘ସିଂହବାହିନୀ’, ‘ସରପଞ୍ଚ ବାବୁ’, ‘କୁଳ ନନ୍ଦନ’, ‘ବିଧାତା’, ‘ଆସିବୁ କେବେ ସାଜି ମୋ ରାଣୀ’ ଭଳି ଅନେକ ଫିଲ୍ମରେ ସେ କାମ କରିଥିଲେ।

ହର ପଟ୍ଟନାୟକ

ଖଳନାୟକ ଭାବେ ଓଡ଼ିଆ ସିନେମା ଜଗତରେ ବେଶ ନାଁ କରିଥିଲେ ହର ପଟ୍ଟନାୟକ। ଖଳନାୟକ ଭାବେ ସେ ଅନେକ ଫିଲ୍ମରେ କାମ କରିଥିଲେ। କିନ୍ତୁ ଖୁବ୍‌ କମ ଲୋକ ଜାଣିଥିବେ ଯେ ହର ପଟ୍ଟନାୟକ ମହୁଆ, ଅଣ୍ଟି ଛୁରୀ ତଣ୍ଟି କାଣ୍ଟେ ଫିଲ୍ମରେ ପଜିଟିଭ୍‌ ରୋଲ କରିଥିଲେ। ପ୍ରାୟ ୪୦ରୁ ଅଧିକ ଫିଲ୍ମରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ।

ଦୁଃଖୀରାମ ସ୍ୱାଇଁ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅତି ପରିଚିତ ଚେହେରା ଦୁଃଖୀରାମ ସ୍ୱାଇଁ। ଅଭିନୟ ନିଶାରେ ସେ ନିଜ ଘର ଛାଡ଼ି ଦେଇଥିଲେ। କଟକ ଆସି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟରରେ ଯୋଗ ଦେଇଥିଲେ। କବିଚନ୍ଦ୍ରଙ୍କ ପ୍ରେରଣାରେ ଅଭିନୟ ସହି ପାଠପଢ଼ା ଜାରି ରଖିଥିଲେ। ଦୁଃଖୀରାମ ୪୬ରୁ ଉର୍ଦ୍ଧ୍ୱ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଓଡ଼ିଆ କଥାଚିତ୍ର ମଧ୍ୟରେ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ପୁଅ ମୋର କଳାଠାକୁର’, ‘ସ୍କୁଲ ମାଷ୍ଟର’, ‘ଯାଯାବର’, ‘ଅଦିନ ମେଘ’, ‘ମାଟିର ମଣିଷ’ ଅନ୍ୟତମ। ଖଳ ଚରିତ୍ରରେ ତାଙ୍କର ଅଭିନୟ ଏକ ଛାପ ଛାଡ଼ିଯାଇଛି।

ମୀନକେତନ

ମୀନ‌କେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତ‌ଥା ହାସ୍ୟ ଅଭିନେତା ଥିଲେ। ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଥିଲେ। ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୮୪ରେ ମୁକ୍ତିଲାଭ କରିଥିବା ‘ଗଙ୍ଗଶିଉଳୀ’ ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା । ୨୦୧୬ ମସିହାର ‘ମୀମାଂସା’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ “ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା” ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

 ବିଜୟ ମହାନ୍ତି

ଓଲିଉଡର ଜଣେ ଆଗଧାଡ଼ିର ଅଭିନେତା ଥିଲେ ବିଜୟ ମହାନ୍ତି। ତାଙ୍କର ନିଖୁଣ ଅଭିନୟ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା। ସେ ତାଙ୍କର ଲମ୍ବା ଫିଲ୍ମ କ୍ୟାରିୟରରେ ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ର କରିଛନ୍ତି। ସବୁ ଚରିତ୍ରରେ ଦର୍ଶକ ତାଙ୍କୁ ପସନ୍ଦ କରିଛନ୍ତି। ୧୯୭୭ରୁ ଫିଲ୍ମରେ ଡେବ୍ୟୁ କରିଥିବା ବିଜୟ ମହାନ୍ତି ହିରୋଠାରୁ ଆରମ୍ଭ କରି ବଡ଼ ଭାଇ, ବାପା, ଜେଜେବାପାଙ୍କ ଚରିତ୍ର କରିଛନ୍ତି। ଏମିତିକି ସେ ଖଳନାୟକ ଭୂମିକା ମଧ୍ୟ କରିଛନ୍ତି। ଲୋକପ୍ରିୟ ଫିଲ୍ମ ‘ନାଗଫାସ’ରେ ସେ ଖଳନାୟକ ସାଜିଥିଲେ। ବସନ୍ତ ନାୟକଙ୍କ ପ୍ରଯୋଜନା ତଥା ବସନ୍ତ ନାୟକ ଓ ଅକ୍ଷୟ ମହାନ୍ତିଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ହୋଇ ୧୯୭୭ ମସିହାରେ ଫିଲ୍ମଟି ମୁକ୍ତିଲାଭ କରିଥିଲା । ଏହା ‘ବ୍ରଜରାଜ ମୁଭିଜ୍‌’ର ପ୍ରଥମ ଓଡ଼ିଆ ଫିଲ୍ମ ଥିଲା।  ଫିଲ୍ମରେ ବିଜୟ ମହାନ୍ତିଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ଏହାଛଡ଼ା ସେ ‘ସହରୀ ବାଘ’, ‘ସମୟ ବଡ଼ ବଳବାନ’, ‘ଚକା ଭଉଁରୀ, ଚକା ଆଖି ସବୁ ଦେଖୁଛି’ ଆଦିରେ ସେ ଖଳନାୟକ ଭାବେ ଅଭିନୟ କରିଥିଲେ।

ଅଜିତ ଦାସ

ଓଲିଉଡରେ ଆଉ ଜଣେ ସଫଳ ଅଭିନେତା ଥିଲେ ଅଜିତ ଦାସ। ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଭାବେ ସେ ପରିଚିତ। ଅଜିତ ଦାସ ୧୯୭୬ ମସିହାରେ ନିର୍ମିତ ‘ସିନ୍ଦୂର ବିନ୍ଦୁ’ ଫିଲ୍ମରୁ ଓଲିଉଡ ଜଗତରେ କାମ କରିବା ଆରମ୍ଭ କରିଥିଲେ। ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଧୀର ବିଶ୍ୱାଳ। ଏହାପରେ ସେ ନାୟକ ଓ ଅନ୍ୟ ଚରିତ୍ରରେ ଅଭିନୟ କରିଥିଲେ। ସବୁ ଚରିତ୍ରରେ ସେ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲେ।

ମିହିର ଦାସ

ସବୁ ପ୍ରକାରର ଚରିତ୍ରରେ ଫିଟ୍‌ ହୋଇ ଯାଆନ୍ତି ଅଭିନେତା ମିହିର ଦାସ। କେତେବେଳେ ସେ ନାୟକ ତ କେତେବେଳେ ଖଳନାୟକ ଆଉ କେତେବେଳେ ସେ କମେଡିଆନ୍‌ ରୋଲ୍‌ କରି ଦର୍ଶକଙ୍କ ମନ କିଣନ୍ତି। ନାୟକ ପରେ ଫିଲ୍ମ ଅଭିମନ୍ୟୁ, ଅଗସ୍ତ୍ୟ, ତୁ ମୋ’ ଦେହର ଛାଇ’ ଭଲି ଫିଲ୍ମ ମିହିର ଦାସ ଖଳନାୟକ ଭୂମିକାରେ ପରଦାକୁ ଓହ୍ଲାଇଥିଲେ। ଏହାଛଡ଼ା ତରଙ୍ଗର ଏକ ଓ୍ୱେବ ସିରିଜ ୭୨ ଆଓ୍ୱାର୍ସରେ ବି  ସେ ଭିଲେନ ସାଜିଥିଲେ। ଏହି ଚରିତ୍ରରେ ବି ଦର୍ଶକ ତାଙ୍କୁ ପସନ୍ଦ କରିଥିଲେ।

Comment