ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବରେ ମୋହର ଲାଗିଛି। ବୈଠକର ନିଷ୍ପତ୍ତି ଅନୁସାରେ ସମ୍ପ୍ରସାରିତ ହେବ ମିଲେଟ ମିଶନ। ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମଞ୍ଜୁରୀ ମିଳିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ ମିଶନର ବିକାଶ ହେବ। ୪ଟି ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ହେବ। ବୈଠକରେ ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଞ୍ଜୁରୀ ମିଳିଛି।

ବୈଠକରେ ୩ଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଜେଜେଏମ ଯୋଜନାରେ ହେବ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ। ପାନୀୟ ଜଳ ପ୍ରକାଳ୍ପ ପାଇଁ ମଞ୍ଜୁରୀ ମିଳିଥିବା ୩ଟି ଜିଲ୍ଲା ହେଉଛି ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ବାଲେଶ୍ଵର। ଢେଙ୍କାନାଳ ଜିଲ୍ଲାର ୪ଟି ବ୍ଲକରେ ଲୋକଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୫୦୧ କୋଟି ୫୭ ଲକ୍ଷ ଟଙ୍କା। ୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୩ଟି ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ହେବାକୁ ଥିବାବେଳେ ଏଥିପାଇଁ ଖର୍ଚ୍ଚ ହେବ ୪୧୬ କୋଟି ୫୭ ଲକ୍ଷ ଟଙ୍କା। ଏହା ସହିତ ବାଲେଶ୍ଵର ଜିଲ୍ଲାରେ ୨ଟି ପାନୀୟ ଜଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨୯୧ କୋଟି ୬୨ ଲକ୍ଷ ଟଙ୍କା। ଏହା ସହିତ ଓଏମସି ସହ କଳିଙ୍ଗ ଆଇରନ ଓ୍ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି।

Tags: #OdishaCabinet #CabinetMeeting #CMOdisha #Naveenpatnaik

Comment