ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ଜନତା ଦଳ (ବିଜେଡି) ରାଜ୍ୟର ସବୁ ଜିଲ୍ଲାରେ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ୬ ଜଣ ବରିଷ୍ଠ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଏହି ଦାୟିତ୍ୱ ଦିଆଯାଇଛି। ଏ ସଂକ୍ରାନ୍ତରେ ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହାକୁ ବାତିଲ କରାଯାଇଛି। ଏନେଇ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ପାଇଁ ନିରଞ୍ଜନ ପୂଜାରୀଙ୍କୁ ନିଯୁକ୍ତି ମିଳିଛି।

ମାଲକାନଗିରି, କୋରାପୁଟ,  ନବରଙ୍ଗପୁର,ରାୟଗଡ଼ା ଓ ଗଜପତି ଜିଲ୍ଲା ଦାୟିତ୍ୱରେ ପ୍ରମିଳା ମଲ୍ଲିକ ଅଛନ୍ତି।ଗଞ୍ଜାମ, ନୟାଗଡ଼, କନ୍ଧମାଳ, ପୁରୀ, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲାରେ ଦେବୀ ପ୍ରସାଦ ମିଶ୍ର ଦଳୀୟ କାର୍ଯ୍ୟକ୍ରମର ମଙ୍ଗ ଧରିବେ।

ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ ଓ ଅନୁଗୁଳ ଜିଲ୍ଲା ପାଇଁ ପ୍ରତାପ ଜେନା ଦାୟିତ୍ୱରେ ରହିଛନ୍ତି।

ଜଗସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଭରସା କରିଛନ୍ତି ବିଜେଡ଼ି ସୁପ୍ରିମୋ।

ତେବେ ବିଜେଡ଼ିର ବରିଷ୍ଠ ନେତା ମହେଶ୍ୱର ମହାନ୍ତିଙ୍କୁ ୨ଟି ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜ ଦାୟିତ୍ୱ ମିଳିଛି।

Tags: #naveen pattanaik #debiprasadmishra #prasanaacharya #pramilamallick #maheswarmohanty #districtseniorobserver #bjd

Comment