ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

୧୮୯୭, ଅଗଷ୍ଟ ୨୦ ତାରିଖରେ ସାର ରୋନାଲ୍ଡ ରସ୍ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ବ୍ୟାପୁଥିବା ନେଇ ତଥ୍ୟର ଆବିଷ୍କାର କରିଥିଲେ। ଏଥିପାଇଁ ୧୯୦୨ରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ଆଜିର ଦିନରେ ‘ବିଶ୍ୱ ମଶା ଦିବସ’ ପାଳନ ହୋଇଆସୁଛି।

୨୦୧୮ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମ୍ୟାଲେରିଆ ରିପୋର୍ଟ ଅନୁସାରେ ମ୍ୟାଲେରିଆ ଆକ୍ରାନ୍ତ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି। ସାଧାରଣତଃ ମ୍ୟାଲେରିଆ ମଶା କାମୁଡ଼ିବା ଯୋଗୁଁ ହୋଇଥାଏ। ପ୍ଲାଜ୍‌ମୋଡିୟମ୍‌ ପାରାସାଇଟ୍‌ସ ଦ୍ୱାରା ସଂକ୍ରମିତ ମଶା ମଣିଷକୁ କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ହୋଇଥାଏ। ତେବେ ମ୍ୟାଲେରିଆ କେମିତି ବ୍ୟାପୁଛି ଏବଂ ମଶା ଦାଉରୁ କିପରି ରକ୍ଷା ପାଇପାରିବା? ସେନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଭକ୍ତ ମୋହନ ସ୍ୱାଇଁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldMosquitoDay2022 #MosquitoCountdown #Malaria #EndMalaria

Comment