ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ୨୦୨୪ ନିର୍ବାଚନକୁ ଲକ୍ଷ୍ୟରେ ରଖି ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଏବେ ବିଜେପିର ଫୋକସରେ ରହିଛି ଓଡ଼ିଶା। କେବଳ ଓଡ଼ିଶା ନୁହେଁ ପଶ୍ଚିମବଙ୍ଗ ଉପରେ ମଧ୍ୟ ଲକ୍ଷ୍ୟ ରଖିଛି ବିଜେପି। ୨୦୨୪ ପାଇଁ ବିଜେପିକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ଲାଗି ଏବେ ଓଡ଼ିଶା ମୁହାଁ ହେଉଛନ୍ତି ବିଜେପିର ବରିଷ୍ଠ ନେତା। ଏବେଠାରୁ ବିଜେପିର ଜୋରଦାର ପ୍ରସ୍ତୁତ ଆରମ୍ଭ ହୋଇଛି।

ଆସନ୍ତା ସେପ୍ଟେମ୍ବର ମାସରେ ମିଶନ-୨୦୨୪ ପାଇଁ ଓଡ଼ିଶାରେ ବିଜେପିର ପ୍ରଶିକ୍ଷଣ ଶିବିରର ଆୟୋଜନ ହେବ। ଏହି ସମୟରେ ଜେପି ନଡ୍ଡାଙ୍କ ସମେତ ବିଜେପିର ଅନ୍ୟ ତିନି ଜଣ ପ୍ରମୁଖ ନେତା ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର ଯୋଜନା ରହିଛି। ଜେପି ନଡ୍ଡା ଓଡ଼ିଶାରେ ବିଜେପି ନେତା ଏବଂ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବାକୁ ଆସିବେ ବୋଲି କୁହାଯାଉଛି।

ଏହା ପୂର୍ବରୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରରେ ଆସି ଦଳୀୟ ନେତା ଏବଂ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଆଗାମୀ ଦିନରେ ବିଜେପି ଓଡ଼ିଶାରେ ସରକାର ଗଢ଼ିବ ବୋଲି କହିଥିଲେ ଅମିତ ଶାହ। ଯାହାକୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା ଆରମ୍ଭ ହୋଇଥିଲା।

Tags: #Politics #IndianPolitics #JPNadda #BJP

Comment