ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ସେପ୍ଟେମ୍ବର ୪ ତାରିଖରେ ବିଶ୍ଵ ସେକ୍ସୁଆଲ ହେଲଥ ଦିବସ ପାଳନ କରାଯାଉଛି। ଲୋକଙ୍କୁ ସେକ୍ସୁଆଲ ହେଲଥ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ୨୦୧୦ ମସିହାଠାରୁ ଏହି ଦିବସକୁ ପାଳନ କରାଯାଉଛି। 

ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଯେମିତି ଖାଦ୍ୟ, ବସ୍ତ୍ର ଓ ବାସଗୃହ ଆବଶ୍ୟକତା ରହିଛି। ସେହିପରି ଏକ ସୁସ୍ଥ ଜୀବନ ନିମନ୍ତେ ନିଦ୍ରା ଏବଂ ଯୌନ କ୍ରିୟାର ଆବଶ୍ୟକତା ମଧ୍ୟ ରହିଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଉଭୟ ପୁରୁଷ ଏବଂ ମହିଳାମାନଙ୍କଠାରେ ଯୌନ ସମସ୍ୟା ଦେଖିବାକୁ ମିଳୁଛି। ଆଜି ଏହି ସବୁ ସମସ୍ୟାର ସମାଧାନ ଏବଂ ଚିକିତ୍ସା ସମ୍ଭବ ହୋଇପାରୁଛି। ତେବେ ଯୌନ ସମସ୍ୟାର କାରଣ କ’ଣ ? ଏହାର ଚିକିତ୍ସା କେମିତି କରାଯାଏ? ଏ ନେଇ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ତଥା ଯୌନରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ଏହି ଭିଡିଓରେ।

Tags: #WSHD #WAS #sexualhealth #Awareness #SexualProblem #HealthyLife

Comment