ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆତ୍ମହତ୍ୟାକୁ ରୋକିବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଏ। ପାରିବାରିକ ସମସ୍ୟା ହେଉ କିମ୍ବା ଚାକିରି ସମସ୍ୟା, ପ୍ରେମ ଜନିତ ବ୍ୟାପାର ହେଉ କିମ୍ବା ଅନ୍ୟ କୌଣସି କାରଣକୁ ନେଇ ଏବେ ପ୍ରତିଦିନ ଆତ୍ମହତ୍ୟା ଖବର ଶୁଣିବାକୁ ମିଳେ। ଆତ୍ମହତ୍ୟା ପଛରେ ମାନସିକ ଚାପ ବା ଡିପ୍ରେସନ ମୂଳ କାରଣ ବୋଲି କୁହନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର।

କୌଣସି କାରଣକୁ ନେଇ ଅଧିକ ଚାପଗ୍ରସ୍ତ ହେବା ପରେ ଜଣେ ମଣିଷ ଆତ୍ମହତ୍ୟା ପରି ଏକ ଚରମ ପଦକ୍ଷେପ ଗ୍ରହଣ କରିଥାଏ। ନିଜର ଜୀବନକୁ ସ୍ଵେଚ୍ଛାକୃତ ଭାବରେ ଶେଷ କରିବାକୁ ଆତ୍ମହତ୍ୟା କୁହାଯାଏ। କିନ୍ତୁ ଆତ୍ମହତ୍ୟାର ଭାବନାକୁ କେମିତି ରୋକିବେ? ଏ ସମ୍ପର୍କରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର ସ୍ଵାସ୍ଥ୍ୟପ୍ଲସ ଓଡ଼ିଆକୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ଏହି ଭିଡିଓରେ।

Tags: #WorldSuicidePreventionDay #SuicidalTendency #MentalHealth

Comment