ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯେଉଁ ଶିଶୁମାନେ ଖାଲି ପାଦରେ ପଡ଼ିଆରେ ଖେଳନ୍ତି, ବାହାରେ ମଳ ତ୍ୟାଗ କରନ୍ତି କିମ୍ବା ଅନ୍ୟ ଜଣେ ଶୌଚ ହୋଇଥିବା ସ୍ଥାନରେ ଶୌଚ ହୁଅନ୍ତି ସେମାନଙ୍କଠାରେ କୃମି ଜନିତ ସମସ୍ୟା ଦେଖାଯାଥାଏ। କାରଣ ମଣିଷ ମଳର ଲାର୍ଭା ସେହି ଶିଶୁଙ୍କ ପାଦର ଚର୍ମ ଦେଇ ଶରୀରକୁ ପ୍ରବେଶ କରିଥାଏ। ଏହା ଶରୀରରେ ବଢ଼ିବା ସହ ବଂଶ ବୃଦ୍ଧି କରିବା ଦ୍ଵାରା କୃମିର ଶିକାର ହୋଇଥିବା ଶିଶୁଠାରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ବୋଲି କୁହନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା।

ଛୋଟ ପିଲାଙ୍କଠାରେ କୃମି ଦୋଷ ଏକ ସାଧାରଣ ସମସ୍ୟା। କୃମି ଦୋଷ ଯୋଗୁଁ ପିଲାଙ୍କର ଭୋକ କମିଯିବା ସହ ପେଟ କାଟିବା ଏବଂ ଜ୍ୱର ହେବା ଭଳି ଲକ୍ଷଣ ଦେଖାଦେଇଥାଏ। କୃମି ହେବାର କାରଣ କ’ଣ, ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ କ’ଣ କହୁଛନ୍ତି ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ ।

Tags: #Health #HealthyLife #Worms #WormInfection #Symptoms #WormInfectioninChildren

Comment