ଓଡ଼ିଶାଲାଇଭ ବ୍ୟୁରୋ

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପଟେ ଦକ୍ଷିଣ ଛତିଶଗଡ଼ କେନ୍ଦ୍ରୀଭୂତ ଅବନୟପାତ ପଶ୍ଚିମ ଉତ୍ତର ମୁାହଁ ହୋଇ ଗତି କରିବା ସହ ଦୁର୍ବଳ ହେଉଛି।ଏହା ଅବପାତରୁ ସ୍ବଷ୍ଟ ଚିହ୍ନିତ ଲଘୁପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୪୮ ଘଣ୍ଟା ମଧ୍ୟରେ ଏହା ମଧ୍ୟପ୍ରଦେଶ ଅତିକ୍ରମ କରିବ।

ବର୍ତ୍ତମାନ ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ। ତେବେ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଅବପାତରେ ପରିଣତ ହେବାପରେ ଦୁର୍ବଳ ହୋଇଯାଇଛି। ଫଳରେ ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ତେବେ ମୌସୁମୀ ସକ୍ରିୟ ରହିଥିବା ଯୋଗୁ ରାଜ୍ୟରେ ଦୁଇ ଦିନ ଯାଏ କିଛି ଜିଲ୍ଲାରେ ବର୍ଷା ହୋଇପାରେ।

ମଙ୍ଗଳବାର ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବୁଧବାର ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଜାରି ରହିବା ସହ ବାକି ଅଞ୍ଚଳ ଗୁଡ଼ିକରେ ପାଖ ଶୁଖିଲା ରହିବ।

Tags: #WeatherReport #HeavyRainfall #YellowWarning #RainfallInOdisha #IMD #mansoon #BayOfBengal

Comment