ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଏକ ସାଙ୍ଘାତିକ ମାନସିକ ସମସ୍ୟା ହେଉଛି ବାଇପୋଲାର ଡିସଅର୍ଡର। ଏଥିରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି କେତେବେଳେ ଅଧିକ ଉତ୍ସାହିତ ହୋଇଯାଆନ୍ତି ତ କେତେବେଳେ ଭାଙ୍ଗି ପଡ଼ନ୍ତି। ଏମାନଙ୍କୁ କମ ନିଦ ହୁଏ। ଠିକ୍ ସମୟରେ ଏହାର ଚିକିତ୍ସା କରାନଗଲେ ଜଣେ ବାଇପୋଲାର ଡିସଅର୍ଡର ଆକ୍ରାନ୍ତ ବ୍ୟକ୍ତି ଡିପ୍ରେସନକୁ ଚାଲିଯାଇଥାନ୍ତି ବୋଲି କୁହନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀ।

ଜଣେ ମଣିଷର ମନ ଖୁସି ଥିବା ସମୟରେ ସେ ଖୁସି ହୁଏ ଏବଂ ଦୁଃଖ ସମୟରେ ଦୁଃଖୀ ହୋଇଯାଏ। ଅଧିକ ଖୁସି ରହିବା କିମ୍ବା ଦୁଃଖ ସମୟରେ ଅତ୍ୟଧିକ ଭାଙ୍ଗିପଡ଼ିବା ଏକ ମାନସିକ ସମସ୍ୟା। ଏହି ଧରଣର ସମସ୍ୟାକୁ ବାଇପୋଲାର ଡିସଅର୍ଡର ବୋଲି କୁହାଯାଏ। ଏଥିରେ ଆକ୍ରାନ୍ତ ବ୍ୟକ୍ତି କେଉଁ ସବୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି? ଏହାର କାରଣ, ଲକ୍ଷଣ ଏବଂ ଚିକିତ୍ସା କିପରି କରାଯିବ ସେ ନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #BipolarDisorder #TypesOfBipolarDisorder #Treatment #Causes #MentalHealth

Comment