ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍-୨୦୨୩ ପାଇଁ ହକି ଫେଡେରେସନ ଅଫ୍ ଇଣ୍ଡିଆ (ଏଫଆଇଏଚ୍) ପକ୍ଷରୁ ବିସ୍ତୃତ ଖେଳସୂଚୀ ଘୋଷଣା କରାଯାଇଛି। ହକିର ଏହି ମହାକୁମ୍ଭରେ ମୋଟ ୪୪ ଟି ମ୍ୟାଚ୍ ଖେଳାଯିବ। ମ୍ୟାଚ ଜାନୁଆରି ୧୩ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଜାନୁଆରି ୨୯ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଓପନିଂ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ଭେଟିବ ଦକ୍ଷିଣ ଆଫ୍ରିକା ଟିମ୍। ଖେଳସୂଚୀ ଘୋଷଣା ହେବା ପରେ ବିଶ୍ୱକପ ହକିକୁ ନେଇ ଏବେ ଆରମ୍ଭ ହୋଇଛି କାଉଣ୍ଟଡାଉନ। ମୋଟ ୪୪ଟି ମ୍ୟାଚ୍ ମଧ୍ୟରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ୨୪ଟି ଏବଂ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ୨୦ଟି ମ୍ୟାଚ୍ ଖେଳାଯିବ।

ସମ୍ପୂର୍ଣ୍ଣ ଖେଳସୂଚୀ

ଜାନୁଆରି ୧୩ ତରିଖ: ଭୁବନେଶ୍ୱରର କଳିଙ୍ଗୟମରେ ୨୦୨୩ ଜାନୁଆରି ୧୩ ତାରିଖରେ ପୁରୁଷ ବିଶ୍ୱକପର ଶୁଭାରମ୍ଭ ହେବ। ଓପନିଂ ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବ ସାଉଥ ଆଫ୍ରିକା। ସେହିପରି ପ୍ରଥମ ଦିନ ଅପରାହ୍ଣ ୩ଟାରେ ହେବାକୁ ଥିବା ମ୍ୟାଚ ଅଷ୍ଟ୍ରେଲିଆ-ଫ୍ରାନ୍ସ ମଧ୍ୟରେ ହେବ।

ସେହିଦିନ ଅପରାହ୍ଣ ୫ଟାରେ ତୃତୀୟ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ଅନୁଷ୍ଠିତ ହେବ ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ। ଏଠାରେ ହେବାକୁ ଥିବା ମ୍ୟାଚରେ ଭାରତ-ସ୍ପେନ ମୁହାଁମୁହିଁ ହେବେ। ସମାନ ଦିବସରେ ସନ୍ଧ୍ୟା ୭ଟାରେ ପରିବର୍ତ୍ତୀ ମ୍ୟାଚ ଖେଳିବେ ନ୍ୟୁଜିଲ୍ୟାଣ୍ଡ ଏବଂ ଚିଲି।

ହକି ବିଶ୍ୱ କପ୍-୨୦୨୩ର ପ୍ରଥମ ଦିନରେ ମୋଟ ୪ଟି ମ୍ୟାଚ ଖେଳାଯିବ। ଦୁଇଟି ଭୁବନେଶ୍ୱରରେ ଏବଂ ଦୁଇଟି ମ୍ୟାଚ୍ ରାଉରକେଲାରେ ଖେଳାଯିବ।

ଜାନୁଆରି ୧୪ ତାରିଖ: ଦିନ ୧ଟାରେ ରାଉରକେଲାରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ଚିଲି ମଧ୍ୟରେ ମୁହାଁମୁହିଁ ଲଢ଼େଇ ହେବ। ସେହିପରି ଅପରାହ୍ଣ ୩ଟାରେ ରାଉରକେଲା ବିର୍ସା ମୁଣ୍ଡା ହକିଷ୍ଟାଡିୟମରେ ନେଦରଲ୍ୟାଣ୍ଡକୁ ଭେଟିବ ମାଲେସିଆ ଟିମ୍।

ଏହା ସହିତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସନ୍ଧ୍ୟା ୫ଟାରେ ବେଲଜିୟମ ଏବଂ କୋରିଆ ଓ୍ଵେଲ୍ସ  ଭାରତ ଟିମ ମଧ୍ୟରେ ଅନୁଷ୍ଠିତ ହେବ। ସେହିଦିନ ସନ୍ଧ୍ୟା ୭ଟାରେ ଭୁବନେଶ୍ୱରଠାରେ ଜର୍ମାନୀକୁ ଭେଟିବ ଜାପାନ ଟିମ।

୨୦୨୩ ମସିହା ଜାନୁଆରି ୧୪ ତାରିଖରେ ମଧ୍ୟ ଦୁଇଟି ଲେଖାଏଁ ମ୍ୟାଚ ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେବ।

ଜାନୁଆରି ୧୫ ତାରିଖ: ରାଉରକେଲାଠାରେ ସନ୍ଧ୍ୟା ୫ଟାରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ସ୍ପେନ-ଓ୍ଵେଲ୍ସ ମୁହାଁମୁହିଁ ହେବେ। ଏଠାରେ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ଭାରତ।

ଜାନୁଆରି ୧୬ ତାରିଖ: ରାଉରକେଲାଠାରେ ଦିନ ୧ଟାରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ମାଲେସିଆକୁ ଭେଟିବ ଚିଲି। ଆଉ ଏକ ମ୍ୟାଚ ମଧ୍ୟ ରାଉରକେଲାରେ ହେବ। ଅପରାହ୍ଣ ୩ଟାରେ ନ୍ୟୁଜିଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ ହେବ।

ସେହିଦିନ ଆଉ ଦୁଇଟି ମ୍ୟାଚ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ସନ୍ଧ୍ୟା ୫ଟାରେ ଫ୍ରାନ୍ସ ଏବଂ ସାଉଥ ଆଫ୍ରିକା ମୁହାଁମୁହିଁ ହେବାକୁ ଥିବାବେଳେ ସନ୍ଧ୍ୟା ୭ଟାରେ କୋରିଆ ଏବଂ ଜାପାନ ମଧ୍ୟରେ ମ୍ୟାଚ ହେବ।

ଜାନୁଆରି ୧୭ ତାରିଖ: କେବଳ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ଦିନ ସନ୍ଧ୍ୟା ୫ଟାରେ କୋରିଆ ଏବଂ ଜାପାନ ମୁହାଁମୁହିଁ ହେବାକୁ ଥିବାବେଳେ ସନ୍ଧ୍ୟା ୭ଟାରେ ଜର୍ମାନୀକୁ ଭେଟିବ ବେଲଜିୟମ।

ଜାନୁଆରି ୧୯ ତାରିଖ: ୨୦୨୩ ଜାନୁଆରି ୧୯ ତାରିଖରେ କେବଳ ଭୁବନେଶ୍ୱରରେ ଲଗାତର ୪ଟି ମ୍ୟାଚ ଖେଳାଯିବ। ଦିନ ୧ଟାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ମାଲେସିଆ ଟିମ୍ ଏବଂ ନ୍ୟୁଜି ଲ୍ୟାଣ୍ଡ ଟିମ୍ ମଧ୍ୟରେ ଟକ୍କର ହେବ। ସେହିଦିନ ଅପରାହ୍ଣ ୩ଟାରେ ନେଦରଲ୍ୟାଣ୍ଡ ଏବଂ ଚିଲି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

ସେହିପରି ସନ୍ଧ୍ୟା ୫ଟାରେ ସ୍ପେନ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ସନ୍ଧ୍ୟା ୭ଟାରେ ଭାରତ ଏବଂ ଓ୍ଵେଲ୍ସ ମଧ୍ୟରେ କଡ଼ା ଟକ୍କର ହେବ।

ଜାନୁଆରି ୨୦ ତାରିଖ: ରାଉରକେଲାଠାରେ ୨୦୨୩ ଜାନୁଆରି ୨୦ ତାରିଖରେ ୪ଟି ମ୍ୟାଚ ଖେଳାଯିବ। ଦିନ ୧ଟାରେ ଅଷ୍ଟ୍ରେଲିଆ-ସାଉଥ ଆଫ୍ରିକା, ଅପରାହ୍ଣ ୩ଟାରେ ଫ୍ରାନ୍ସ-ଆର୍ଜେଣ୍ଟିନା, ସନ୍ଧ୍ୟା ୫ଟାରେ ବେଲଜିୟମ- ଜାପାନ ଏବଂ ସନ୍ଧ୍ୟା ୭ଟାରେ କୋରିଆ ଏବଂ ଜର୍ମାନୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

ଜାନୁଆରି ୨୦ ତାରିଖ ପର୍ଯ୍ୟନ୍ତ ଲିଗ୍ ମ୍ୟାଚ ଖେଳାଯିବ। ଜାନୁଆରି ୨୨ ତାରିଖରେ କ୍ରସ ଓଭର ମ୍ୟାଚ ଅନୁଷ୍ଠିତ ହେବ। ଜାନୁଆରି ୨୩, ୨୪ ଏବଂ ୨୫ ତାରିଖରେ ୪ଟି କ୍ଵାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଜାନୁଆରି ୨୭ ତାରିଖରେ ଦୁଇଟି ଯାକ ସେମିଫାଇନାଲ ମ୍ୟାଚ୍ ସହ ୨୯ ତାରିଖରେ ତୃତୀୟ ସ୍ଥାନ ଏବଂ ଫାଇନାଲ ମ୍ୟାଚ ରାଉରକେଲାଠାରେ ଅନୁଷ୍ଠିତ ହେବ।

ଟୁର୍ଣ୍ଣାମେଣ୍ଟ ପାଇଁ ଚାରୋଟି ପୁଲ୍‌ରେ ବିଶ୍ୱର ୧୬ଟି ଟିମ୍ ଖେଳିବେ। ପୁଲ୍ ‘ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ପୁଲ୍ ‘ବି’ରେ ବେଲଜିୟମ୍, ଜର୍ମାନୀ, କୋରିଆ ଓ ଜାପାନ୍ ସାମିଲ୍ ରହିଛନ୍ତି। ସେହିପରି ପୁଲ୍ ‘ସି’ରେ ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ମାଲେସିଆ ଓ ଚିଲି ରହିଥିବା ବେଳେ ପୁଲ୍ ‘ଡି’ରେ ଭାରତ, ଇଂଲଣ୍ଡ, ସ୍ପେନ୍ ଓ ୱେଲସ୍ ରହିଛନ୍ତି।

Tags: #HockeyIndia #MatchSchedule #HockeyMensWorldCup2023

Comment