ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ହୃଦୟ ଦିବସ। ହୃଦୟ ପାଇଁ ଗୋଟିଏ ଦିନ। ହୃଦରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୦୦ ମସିହା ସେପ୍ଟେମ୍ବର ମାସରେ ବିଶ୍ଵ ହୃଦୟ ଦିବସ ପାଳନର ଶୁଭାରମ୍ଭ କରାଯାଇଥିଲା।

ସେପ୍ଟେମ୍ବର ମାସର ଶେଷ ରବିବାରରେ ବିଶ୍ଵ ହୃଦୟ ଦିବସ ପାଳନ କରିବାକୁ ଚିନ୍ତା କରାଯାଇଥିଲା, କିନ୍ତୁ ୨୦୧୪ ମସିହାଠାରୁ ଏହାକୁ ସେପ୍ଟେମ୍ବର ମାସ ୨୯ ତାରିଖରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଉଛି ବିଶ୍ଵ ହୃଦୟ ଦିବସ।

ସମୟ ପରିବର୍ତ୍ତନ ହେବା ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ଉପରେ ବେଶ୍ ପ୍ରଭାବ ପଡ଼ିଛି। ଖାଦ୍ୟପେୟ ଅନିୟମିତତା ହେଉବା କୌଣସି ଶରୀରିକ ପରିଶ୍ରମର ଅଭାବ, ବର୍ତ୍ତମାନ ହୃଦରୋଗ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ସଚେତନତା ଅଭାବରୁ ଅନେକ ଲୋକ ହୃଦଘାତର ଶିକାର ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ଏପରିକି ଆଜିକାଲି ଯୁବପିଢ଼ିଙ୍କଠାରେ ଏହି ସମସ୍ୟା ଦେଖାଦେଇଛି। ଓ୍ଵାର୍ଲ୍ଡ ହାଟ ଫେଡେରେସନ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୧୮ ନିୟୁତ ଲୋକ ହୃଦରୋଗ କାରଣରୁ ପ୍ରାଣ ହରାଉଛନ୍ତି।

ହୃଦୟ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହୃଦରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଏହାର କାରଣ, ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି। ହୃଦରୋଗ ସମ୍ପର୍କରେ ସଚେତନ ରହିବା ସହ ସୁସ୍ଥ ଏବଂ ସୁନ୍ଦର ଜୀବନ ବଞ୍ଚିବାକୁ ଏହି ଦିବସରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

ବର୍ତ୍ତମାନ ସମୟରେ ଆଧୁନିକ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଛି। ତା’ମଧ୍ୟରୁ ସବୁଠାରୁ ବଡ଼ ରୋଗ ହେଉଛି ହୃଦରୋଗ। ହୃତ୍‌ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ହୃତପିଣ୍ଡ ସଠିକ ଭାବେ କାର୍ଯ୍ୟ ନକଲେ ପୁରା ଶରୀରରେ ସମସ୍ୟା ଦେଖାଯାଇଥାଏ। ତେଣୁ ହାର୍ଟକୁ ସୁସ୍ଥ ରଖିବା ନିହାତି ଦରକାର। ତେବେ ଆପଣଙ୍କ ହାର୍ଟ ସୁସ୍ଥ ନା ଅସୁସ୍ଥ, କେମିତି ଜାଣିବେ? କେମିତି ରଖିବେ ନିଜ ହାର୍ଟକୁ ସୁସ୍ଥ? ଏନେଇ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHeartDay #HeartDisease #Treatment #Awareness

Comment