ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପିରିୟଡସ୍ ପୂର୍ବରୁ ଅଧିକାଂଶ ମହିଳାଙ୍କର ପେଟ କାଟିଥାଏ। ଏହା ସହ ଏହି ସମୟରେ ଶାରୀରିକ ବ୍ୟଥା, ମୁଡ୍‌ ସୁଇଙ୍ଗ୍‌ ଭଳି ଲକ୍ଷଣ ମଧ୍ୟ ଦେଖାଦେଇଥାଏ। ଅନେକ ମହିଳାଙ୍କର କ୍ଷେତ୍ରରେ ଶାରୀରିକ ପରିବର୍ତ୍ତନ ମଧ୍ୟ ହେବାର ସମ୍ଭାବନା ରହିଛି। ଯେପରିକି ସ୍ତନ ଦରଜ ହେବା ଓ ପେଟ ଫୁଲିବା। ଏଗୁଡ଼ିକ ହେଉଛି ପ୍ରିମେନ୍‌ଷ୍ଟ୍ରୁଆଲ ସିଣ୍ଡ୍ରୋମ (ପିଏମଏସ)ର ଲକ୍ଷଣ, ଯାହା ଋତୁସ୍ରାବ ଆରମ୍ଭ ହେବା ପୂର୍ବରୁ ପ୍ରତି ମାସରେ ହୋଇପାରେ ବୋଲି କୁହନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀ ରଞ୍ଜନ ଦାଶ।

ତେବେ ପିଏମଏସ ଲକ୍ଷଣ କେତେ ଗମ୍ଭୀର ହେଲେ ଜଣେ ଡାକ୍ତରଙ୍କ ପାଖକୁ ଯିବେ? ପିରିୟଡସ୍ ପୂର୍ବରୁ ଓ ପରେ ମହିଳାଙ୍କଠାରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଏବଂ ଏହାର ଚିକିତ୍ସା ପଦ୍ଧତି ବିଷୟରେ କ’ଣ କହୁଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀ ରଞ୍ଜନ ଦାଶ, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Periods #PMS #Menopause #HealthyLife #HealthTips

Comment