ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ପାଳନ କରାଯାଏ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ଆସନ୍ତୁ ଆଜିର ଦିନରେ କିଛି ନୂଆ ଚିନ୍ତା କରିବା। ଚାପ ମୁକ୍ତ ରହି ସୁନ୍ଦର ଜୀବନ ବଞ୍ଚିବାର କୌଶଳ ଶିଖିବା।

ବର୍ତ୍ତମାନ ଅଧିକାଂଶ ଲୋକ ମାନସିକ ଚାପର ଶିକାର ହେଉଛନ୍ତି। ଯାହା ଫଳରେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। କିନ୍ତୁ ଅଧିକାଂଶ ଲୋକ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ କିମ୍ବା ସଚେତନ ନୁହନ୍ତି। ପରିବର୍ତ୍ତନ ହେଉଥିବା ସମୟ ସାଙ୍ଗକୁ ଲୋକଙ୍କର ଖାଦ୍ୟପେୟ, ଜୀବନଶୈଳୀ, ସମ୍ପର୍କରେ ଫାଟ ଏବଂ ବିଭିନ୍ନ ସମସ୍ୟା କାରଣରୁ ଚିନ୍ତାଗ୍ରସ୍ତ ରହୁନ୍ତି। ଯାହା ଧୀରେ ଧୀରେ ବଢ଼ି ମାନସିକ ରୋଗର ଉତ୍ପତ୍ତି ହୋଇଥାଏ। ମାନସିକ ସ୍ୱାସ୍ଥ୍ୟ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଉଛି।

୧୯୯୨ ମସିହାରେ ପ୍ରଥମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଆରମ୍ଭ ହୋଇଥିଲା। ମିଳିତ ଜାତିସଂଘର ଜେନେରାଲ୍ ସେକ୍ରେଟେରୀ ରିଚାର୍ଡ ହଣ୍ଟ ଓ ଓ୍ୱାର୍ଲ୍ଡ ହେଲଥ ଫେଡେରେସନ ଅଫ୍‌ ମେଣ୍ଟାଲ ହେଲ୍‌ଥର ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଇଥିଲା। ତେବେ ୧୯୯୪ ମସିହାରେ ମିଳିତ ଜାତିସଂଘର ତତ୍କାଳୀନ ମହାସଚିବ ଇଉଜିନ୍ ବ୍ରୋଡି ଏକ ଥିମ୍ ରଖି ଏହି ଦିନଟିକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି।

ପ୍ରତିବର୍ଷ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଇଁ ଏକ ଥିମ୍ ସ୍ଥିର ହୋଇଥାଏ। ଏହି ଥିମ୍ ଉପରେ ଆଧାର କରି କାର୍ଯ୍ୟକ୍ରମ, ସେମିନାର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତ ବର୍ଷର ଥିମ ରହିଛି ‘ମେଣ୍ଟାଲ ହେଲଥ ଇନ ଆନ୍ ଅନଇକ୍ଵାଲ ଓ୍ୱାର୍ଲ୍ଡ’।

ଚାପରୁ ମୁକ୍ତି ପାଇଁ ଫର୍ମୁଲା

ପ୍ରତିଦିନ କିଛି ସମୟ ପାଇଁ ନିଜକୁ ସମସ୍ତ ପ୍ରସଙ୍ଗରୁ ଦୂରେଇ ରଖନ୍ତୁ। ଦିନ ସାରାର କାମ, ଚିନ୍ତା ଏହି ସବୁଥିରୁ ବିରତି ନେଇ ମନକୁ ଶାନ୍ତ ରଖନ୍ତୁ। ଏମିତି କରିବା ଦ୍ୱାରା ଏହା ଆପଣଙ୍କ ଅଭ୍ୟାସରେ ପରିଣତ ହେବ। ଫଳରେ ଆପଣ ହାଲକା ଅନୁଭବ କରିବେ।

ଖାଲି ସମୟରେ ଆପଣ କିଛି ଭଲ ବହି ପଢ଼ିବା ଅଭ୍ୟାସ କରୁନ୍ତୁ। କିଛି ଲେଖାଲେଖି କରିବା ଅଭ୍ୟାସ ମଧ୍ୟ ବିଶେଷ ଭାବେ ଲାଭ ଦାୟକ ହୋଇପାରିବ।

ଅନେକ ସର୍ଭେରୁ ଜଣାପଡ଼ିଛି ଯେ ମ୍ୟୁଜିକ୍‌ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ଏହି ଉପାୟ ଆପଣେଇ ପାରିବେ।

ମର୍ଣ୍ଣିଂଓ୍ୱାକ୍‌ କରିପାରିବେ। ଏହାଦ୍ୱାରା କିଛି ସମୟ ଖୋଲାରେ ବିତାଇ ପାରିବେ।

ଛୁଟିଦିନକୁ ସଠିକ୍‌ ଭାବେ ବ୍ୟବହାର କରିବା ମଧ୍ୟ ଆବଶ୍ୟକ। ଏହି ଦିନ ସାଙ୍ଗମାନଙ୍କ ସହିତ ଫିଲ୍ମ ଦେଖିବାକୁ ଯାଆନ୍ତୁ। ଏଥସହ ଗେମ୍‌ ମଧ୍ୟ ଖେଳନ୍ତୁ।

ସବୁଠାରୁ ବଡ଼ କଥା ହେଲା ଦୁଇ ସପ୍ତାହାରୁ ଅଧିକ ସମୟ ଧରି ଚିନ୍ତାଗ୍ରସ୍ତର ରହିଲେ। ଏକୁଟିଆ ଅନୁଭବ ହେଲେ ତୁରନ୍ତ ଏ ସମ୍ପର୍କରେ ପରିବାର, ସାଙ୍ଗସାଥୀଙ୍କ ସହ ମନଖୋଲି କଥା ହୁଅନ୍ତୁ। ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରମର୍ଶ ଦେବା ଦରଦାର।

Tags: #WorldMentalHealthDay #MentalHealthInAnUnequalWorld #Theme #MentalHealth #HealthyLife

Comment