ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏନେଇ ଦିଲ୍ଲୀ ସ୍ଥିତ ଆକାଶବାଣୀ ଭାବନରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ୫୧ ହଜାରରୁ ଅଧିକ ମତଦାନ କେନ୍ଦ୍ର କରାଯିବ। ସେଥିମଧ୍ୟରୁ ୩୪ ହଜାର ୨୭୬ ଟି କେନ୍ଦ୍ର ଗ୍ରାମାଞ୍ଚଳରେ ଏବଂ ୧୭ ହଜାର ୫୦୬ଟି ମତଦାନ କେନ୍ଦ୍ର ସହରାଞ୍ଚଳରେ ରହିବ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନଭେମ୍ବର ୫ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରେ ଗ୍ୟାଜେଟ ନୋଟିଫିକେସନ ପ୍ରକାଶ ପାଇବ। ସେହିପରି ନଭେମ୍ବର ୫ରୁ ୧୪ ତାରିଖ ମଧ୍ୟରେ ପ୍ରାଥମ ପର୍ଯ୍ୟାୟ ମତଦାନ ଲାଗି ପ୍ରାର୍ଥିପତ୍ର ଦାଖଲ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ରୁ ୧୭ ତାରିଖ ଭିତରେ ପ୍ରାର୍ଥିପତ୍ର ଦାଖଲ ନିମନ୍ତେ ଧାର୍ଯ୍ୟ ହୋଇଛି।

ନଭେମ୍ବର ୧୫ ଓ ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ୧୭ ଓ ୨୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ଗୁଜରାଟରେ ମୋଟ ୧୮୦ଟି ବିଧାନସଭା ଆସନ ଲାଗି ଭୋଟ ହେବ। ୪ କୋଟି ୯୦ ଲକ୍ଷ ଭୋଟର ମତଦାନ କରିବେ। ଆସନ୍ତା ଡିସେମ୍ବର  ୮ ତାରିଖରେ ଏହି ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Tags: #Politics #IndianPolitics #GujratPolitics #Election #AssemblyElection

Comment