ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ଅଖିଳ ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏକ ସାରସ୍ଵତ ସମାରୋହ ପାଳିତ ହୋଇଯାଇଛି। ରବିବାର ଭୁବନେଶ୍ୱରସ୍ଥିତ ପାନ୍ଥ ନିବସରେ ଅଖିଳ ମୋହନ ଫାଉଣ୍ଡେସନ ପକ୍ଷରୁ ଏହି ସମାରୋହ ପାଳିତ ହୋଇଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷ ରାଜେନ୍ଦ୍ର କିଶୋର ପଣ୍ଡା ଏଠାରେ ଅଧ୍ୟକ୍ଷତା କରିଥିଲେ।

ଏହି ଜୟନ୍ତୀ ସମରୋହରେ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେ ଅଖିଳ ମୋହନ ପଟ୍ଟନାୟକଙ୍କ ସମ୍ବନ୍ଧରେ ନିଜ ବକ୍ତବ୍ୟ ଦେଇଥିଲେ। ସାହିତ୍ୟିକ ସନ୍ତୋଷ କୁମାର ରଥ ମୁଖ୍ୟବକ୍ତା ଭାବେ ସମାରୋହରେ ଯୋଗଦେଇଥିଲେ। ସେ ଅଖିଳମୋହନ ପଟ୍ଟନାୟକଙ୍କ ଚର୍ଚ୍ଚିତ ଗଳ୍ପ ‘ଝଡ଼ର ଇଗଲ୍’ ଓ ‘ଧରଣୀର କୃଷ୍ଣସାର’ ର ସାରାଂଶ ବିଶ୍ଲେଷଣ କରିଥିଲେ।

ଏହି ଜୟନ୍ତୀ ସମାରୋହରେ ଓଡ଼ିଆ କଥାଶିଳ୍ପୀ ଅଦିତେଶ୍ଵର ମିଶ୍ରଙ୍କୁ ଅଖିଳ କଥା ସମ୍ମାନ ଓ ବିଶିଷ୍ଟ କବି ରକ୍ଷକ ନାୟକଙ୍କୁ ଜ୍ଞାନଦା କବିତା ସମ୍ମାନ ପ୍ରଦାନ କରାଯାଇଛି।

Tags: #AkhilmohanPattanaik #odianovelist #Birthanniversary #AkhilmohanFoundation #Bhubaneswar

Comment