ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ୨୦୧୯, ୨୦୨୦ ଓ ୨୦୨୧ରେ ଓସିଏସ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ। ପରୀକ୍ଷାର୍ଥୀଙ୍କ ସର୍ବୋଚ୍ଚ ବୟସସୀମା ଅତିକ୍ରମ କରିଥିଲେ ମଧ୍ୟ ଆଉଥରେ ପରୀକ୍ଷା ଦେଇପାରିବେ। ଏନେଇ ଓଡ଼ିଶା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

୨୦୨୨ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଆୟୋଜନରେ ହୋଇଥିବା ବିଳମ୍ବ ହେତୁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର।  ସରକାର ବହୁତ ବିଚାରବିମର୍ଶ କରି ଏହି ଅତିରିକ୍ତ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ କରାଯାଇଛି।ଏଥିପାଇଁ ଓଡିଶା ସିଭିଲ୍ ସର୍ଭିସ ନିୟମ ୧୯୯୧ ରେ ଥିବା କିଛି ବ୍ୟବସ୍ଥାକୁ ସଂଶୋଧନ କରାଯିବ।

ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ ଡିସେମ୍ବର ୩୦ ତାରିଖରେ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରଯାଇଥିଲା। ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ଅନେକ ପରୀକ୍ଷାର୍ଥୀ ବୟସସୀମା ଅତିକ୍ରମ କରୁଥିବାରୁ ଏଥିରୁ ବଞ୍ଚିତ ହୋଇଥାନ୍ତେ। ତେବେ ଆଉଥରେ ପରୀକ୍ଷାରେ ଦେବାପାଇଁ ସୁଯୋଗ ଦେବାକୁ ସେମାନେ ସରକାରଙ୍କୁ ନିବେଦନ କରିଥିଲେ।

Tags: #OCSexam #OPSC #Aspirants #extrachance #GovtofOdisha

 

Comment