ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସବୁ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ରାୟ। ବର୍ତ୍ତମାନ କେବଳ ଇଂରାଜୀ ଭାଷାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପଲବ୍ଧ ହେଉଛି। ସୁପ୍ରିମକୋର୍ଟଙ୍କ ରାୟ ପ୍ରଥମେ ହିନ୍ଦୀ ଭାଷାରେ ଏବଂ ପରେ ଅନ୍ୟାନ୍ୟ ଭାଷାରେ ଉପଲବ୍ଧ କରାଯିବ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ସୂଚନା ଦେଇଛନ୍ତି।

ପ୍ରଧାନ ବିଚାରପତିଙ୍କ ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ଏହାଦ୍ଵାରା ଯୁବପିଢ଼ିଙ୍କୁ ଆଇନ ଏବଂ ନ୍ୟାୟିକ ବ୍ୟବସ୍ଥା ପ୍ରସଂଗରେ ଅଧିକ ଜ୍ଞାନ ମିଳିବା ସହିତ ଗ୍ରାମାଞ୍ଚଳର ଲୋକେ ସଚେତନ ହୋଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Tags: #SupremeCourt #SupremeCourtJudgement #Language

Comment