ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୟାନ୍ସର ବା କର୍କଟ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ଵ କର୍କଟ ଦିବସ ଭାବେ ପାଳନ କରାଯାଉଛି।

ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗର ଉତ୍ପତି ହୋଇଥାଏ। ବିଶ୍ଵ କର୍କଟ ଦିବସ ଅବସରରେ ସମସ୍ତେ ବ୍ୟକ୍ତିଗତ ତଥା ସାମୂହିକ ସ୍ତରରେ କ୍ୟାନ୍ସର ମୁକ୍ତ ସମାଜ ଗଠନ କରିବା ନିମନ୍ତେ ପ୍ରତିଜ୍ଞା କରିବାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ମତରେ ପ୍ରାଥମିକ ଅବସ୍ଥାରେ କ୍ୟାନ୍ସର ରୋଗର ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏଥିରୁ ରୋଗୀକୁ ଉପସମ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

କର୍କଟ ରୋଗ ହେଉଛି ଏକ ପ୍ରାଣଘାତୀ ରୋଗ। ଏଥିରେ ପୀଡ଼ିତ ହେଉଥିବା ଅଧିକାଂଶ ରୋଗୀଙ୍କର ଜୀବନ ଚାଲିଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। କର୍କଟ  ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। ବର୍ତ୍ତମାନ ସମୟରେ ଏହି ମାରାତ୍ମକ ରୋଗ ବିରୋଧରେ ସମସ୍ତେ ମିଶି ଲଢ଼େଇ କରିବାର ଆବଶ୍ୟକତା ରହିଛି।

Tags: #Cancer #WorldCancerDay #Doctor #HealthyLife

Comment