ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଶୀତ ସରିବାକୁ ଆସିଛି। ସମଗ୍ର ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା ଧୀରେ ଧୀ‌ରେ ବୃଦ୍ଧି ପାଉଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଛୁଇଁବ। ଆଗକୁ ଖରାର ପ୍ରକୋପ ଆହୁରି ବଢ଼ିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ବେଳକୁ ଓଡ଼ିଶାରେ ପ୍ରଚଣ୍ଡ ଖରା ହେବ। ଖରା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ। ଏହି ସମୟରେ ରାଜ୍ୟର କେତେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଟପିପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି।

ସୋମବାର ଦିନ ୧୨ଟା ବେଳେ ଭୁବନେଶ୍ଵରର ତାପମାତ୍ରା ୩୪ ଡିଗ୍ରୀ ଛୁଇଁ ଯାଇଥିଲା। ମଙ୍ଗଳବାର ରାଜଧାନୀରେ ପାଗ ଖରାଟିଆ ରହିବା ସହ  ଆକାଶ ମେଘମୁକ୍ତ ରହିବ।

ଅନ୍ୟପକ୍ଷରେ ସୋମବାର ଜି.ଉଦୟଗିରିରେ ୧୧.୪ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ରାଜଧାନୀ ଭୁବନେଶ୍ଵରରେ ୨୦.୨ ଡିଗ୍ରୀ ଓ କଟକରେ ୨୦.୬ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି।

Tags: #Weatherupdates #Winter #Summer #Temperaturerise #Odisha

 

Comment