ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବା ସହ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ସକାଳୁ ଘରୁ ବାହାରିବାକୁ ଲୋକ ଭୟ କରୁଛନ୍ତି। ପ୍ରଖର ଖରାରେ ଓଡ଼ିଶା ଜଳିବା ଭଳି ମନେ ହେଉଛି। ବୁଧବାର ଦିନ ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଆହୁରି ଖରାର ପ୍ରକୋପ ବଢ଼ିବା ନେଇ ଆକଳନ କରାଯାଇଛି।

ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ବାଲେଶ୍ଵରରେ ୩୮.୨ ଡିଗ୍ରୀ, ପୁରୀ ଓ ଭୁବନେଶ୍ଵରରେ ୩୮ ଡିଗ୍ରୀ, ସମ୍ବଲପୁରରେ ୩୭.୮ ଡିଗ୍ରୀ, ହୀରାକୁଦରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୭.୪ ଡିଗ୍ରୀ, କେନ୍ଦୁଝରରେ ୩୭ ଡିଗ୍ରୀ ଏବଂ ପାରାଦ୍ଵୀପରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଅତ୍ୟନ୍ତ ଆବଶ୍ୟକ ନଥିଲେ ଘରୁ ନବାହାରିବା ଲାଗି କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟ ପକ୍ଷରେ ପ୍ରବଳ ଖରାକୁ ଦେଖି ରାଜ୍ୟର ସ୍କୁଲଗୁଡ଼ିକୁ ଏପ୍ରିଲ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି।

Tags: #Weather #WeatherUpdates #SummerHeat #HighestHeatofSummer #Odisha #Bhubaneswar #Jharsuguda

Comment