ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ତାତିରୁ ତ୍ରାହି ମିଳୁନି। ସକାଳ ୮ଟା ପରେ ଘରୁ ବାହାରିବା ଲୋକଙ୍କ ପାଇଁ ମୁସକିଲ ହୋଇଯାଉଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଗୁରୁବାର ଦିନ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଏଠାରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ଵରରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଚାନ୍ଦବାଲି, କେନ୍ଦୁଝର, ବାଲେଶ୍ଵର, ସମ୍ବଲପୁରରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ହୀରାକୁଦରେ ୩୭.୪ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ, ପାରାଦୀପରେ ୩୩ ଡିଗ୍ରୀ ଏବଂ ଗୋପାଳପୁରରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଏହା ପୂର୍ବରୁ ସକାଳ ୮ଟା ୩୦ର ରେକର୍ଡ ଅନୁସାରେ ଝାରସୁଗୁଡ଼ାରେ ୩୪ ଡିଗ୍ରୀ, କେନ୍ଦୁଝରରେ ୩୩.୬ ଡିଗ୍ରୀ ଏବଂ ଭୁବନେଶ୍ଵରରେ ୩୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Also Read

ଜଳୁଛି ସାରା ଓଡ଼ିଶା, ଭୁବନେଶ୍ଵରରେ ନିଆଁ ବର୍ଷା

ବୁଧବାର ଦିନ ବାରିପଦା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଏଠାରେ ତାପମାତ୍ରା ୪୪.୫ ଡିଗ୍ରୀ ରହିଥିଲା। ସେହିପରି ନୂଆପଡ଼ା ଏବଂ ବଲାଙ୍ଗୀରରେ ମଧ୍ୟ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ଵର ଏବଂ କଟକର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା।

Tags: #HeatWave #Summer #Odisha #Weather #WeatherUpdates

Comment