ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସୁସ୍ଥ ଜୀବନ ବଞ୍ଚିବାକୁ ସମସ୍ତଙ୍କର ଇଚ୍ଛା ଥାଏ। ସୁସ୍ଥ ରହିବାକୁ ହେଲେ ଖାଦ୍ୟପେୟ ପ୍ରତିଧ୍ୟାନ ଦେବା ସହ ନିଜ ଶରୀରକୁ ଫିଟ୍ ରଖିବାକୁ ପଡ଼ିଥାଏ। ଖାସ କରି ମହିଳାମାନେ ଅନେକ ସମୟରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତିନାହିଁ। ଯାହା ଫଳରେ ସେମାନଙ୍କୁ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ ବୋଲି କୁହନ୍ତି ଡାଏଟିସିଆନ୍‌ ଯସ୍ମିନ୍‌ ହବିବ୍‌।

ସୁସ୍ଥ ରହିବା ପାଇଁ ଜଣେ ମହିଳାଙ୍କୁ ପ୍ରଥମେ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଅଧିକାଂଶ ସମୟରେ ମହିଳା କାର୍ଯ୍ୟବ୍ୟସ୍ତତା ଯୋଗୁଁ ସଠିକ ସମୟରେ ଖାଇପାରନ୍ତି ନାହିଁ। ବେଳେ ବେଳେ ମହିଳମାନେ ଉଚିତ ପୋଷଣ ଖାଦ୍ୟରେ ସାମିଲ କରିପାରନ୍ତି ନାହିଁ। ଫଳରେ କ୍ୟାଲସିୟମ୍‌, ଆନେମିଆ ଭଳି ଅଭାବ ଦେଖାଦେଇଥାଏ।

ସୁସ୍ଥ ରହିବା ପାଇଁ ମହିଳାମାନେ କ’ଣ ଖାଇବା ଆବଶ୍ୟକ? ସେ ନେଇ ଡାଏଟିସିଆନ୍‌ ଯସ୍ମିନ୍‌ ହବିବ୍‌ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #HealthyFood #HealthyDiet #WomenHealth #OdiaHealthTips

Comment