ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ପୁଣି ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରକୋପ। ଗୁରୁବାର ସବୁଠାରୁ ଉତ୍ତପ୍ତ ସହର ରହିଛି ସମ୍ବଲପୁର। ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରର ତାପମାତ୍ରା ୪୩.୨ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡ଼ାରେ ୪୨.୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୪୧.୬ ଡିଗ୍ରୀ, କେନ୍ଦୁଝରରେ ୩୭.୮ ଡିଗ୍ରୀ, ଭୁବନେଶ୍ଵରରେ ୩୭ ଡିଗ୍ରୀ, ବାଲେଶ୍ଵରରେ ୩୩.୪ ଡିଗ୍ରୀ, ଗୋପାଳପୁର ଏବଂ ପାରାଦୀପରେ ୩୩ ଡିଗ୍ରୀ ଏବଂ ପୁରୀରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୪୦ ଡିଗ୍ରୀ, ହୀରାକୁଦରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୬.୨ ଡିଗ୍ରୀ, ଚାନ୍ଦବାଲିରେ ୩୬ ଡିଗ୍ରୀ, ଭୁବନେଶ୍ଵରରେ ୩୫.୪ ଡିଗ୍ରୀ, ବାଲେଶ୍ଵରରେ ୩୪.୪ ଡିଗ୍ରୀ, ଗୋପାଳପୁରରେ ୩୩.୪ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ ଏବଂ ପାରାଦୀପରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Tags: #Weather #WeatherUpdates #Odisha #HeatWave

Comment