ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ମୋଟ ପାସ୍ ହାର ରହିଛି ୯୩.୧୨ ପ୍ରତିଶତ। cbseresults.nic.inରେ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଉପଲବ୍ଧ ରହିଛି।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର ୧.୨୮ ପ୍ରତିଶତ କମ୍ ରହିଛି। ଝିଅଙ୍କ ପାସ୍ ହାର ୯୪.୨୫ ପ୍ରତିଶତ ରହିଥିବାବେଳେ ପୁଅଙ୍କ ପାସ୍ ହାର ରହିଛି ୯୨.୨୭ ପ୍ରତିଶତ। ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ଆଗରେ ରହିଛନ୍ତି ଝିଅ। ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୨୧ ତାରିଖ ପର୍ଯ୍ୟନ୍ତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ହୋଇଥିଲା।

ସିବିଏସସି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମୋଟ ପାସ୍ ହାର ୮୭.୩୩ ପ୍ରତିଶତ ରହିଥିବାବେଳେ ଆଗରେ ରହିଛନ୍ତି ଝିଅ। ଝିଅଙ୍କ ପାସ୍ ହାର ୯୦.୬୮ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍ ହାର ରହିଛି ୮୪.୬୭ ପ୍ରତିଶତ।

Tags: #Education #Result #CBSEMatricResult #Odisha

Comment