ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ଖରାରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ। ସକାଳ ୮ଟାରୁ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ଲୋକେ। ସୋମବାର ଦିନ ତାପମାତ୍ରା ଅସହ୍ୟ ହୋଇପଡ଼ିଥିବାବେଳେ ଆଗକୁ ଆହୁରି ତାତି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଜି ଦିନ ୧୨ଟା ସୁଦ୍ଧା ଝାରସୁଗୁଡ଼ା ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଛି। ଝାରସୁଗୁଡ଼ା ପଛକୁ ରହିଛି ବଲାଙ୍ଗୀର। ଏଠାରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସୁନ୍ଦରଗଡ଼, ସମ୍ବଲପୁର, ରାଉରକେଲା, ତାଳଚେର, ଅନୁଗୁଳ, ଭବାନୀପାଟଣା ଏବଂ ମାଲକାନଗିରରେ ଆଜି ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି।

ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତାପମାତ୍ରା ବଢ଼ିବା ନେଇ ଆଜି ସନ୍ଦୁରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୋନପୁରକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ମେ’ ୧୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଏବଂ ବଲାଙ୍ଗୀରରେ ତାପମାତ୍ରା ବୃଦ୍ଧି ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଆସନ୍ତା ୧୭ ତାରିଖ ପାଇଁ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀରରେ ତାପମାତ୍ରା ବୃଦ୍ଧି ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Tags: #Weather #WeatherUpdates #HeatWave #SummerHeat

Comment