ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି କାଳବୈଶାଖୀ ପ୍ରଭାବ। ଗତ କିଛି ଦିନ ହେଲା ତାପମାତ୍ରା ବୃଦ୍ଧି ଯୋଗୁଁ ଡହଳବିକଳ ହେଉଥିଲେ ରାଜ୍ୟବାସୀ। କାଳବୈଶାଖୀ ପ୍ରଭାବରେ ହଠାତ୍ ପାଗ ବଦଳି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଛି। ବର୍ଷା ଯୋଗୁଁ ଗରମରୁ ସାମାନ୍ୟ ଆଶ୍ଵସ୍ତି ମିଳିଛି।

କଟକ ଏବଂ ଭୁବନେଶ୍ଵରରେ କାଳବୈଶାଖୀ ପ୍ରଭାବ ଦେଖା ଦେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନମାନ କରାଯାଇଥିଲା। ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ସକ୍ରିୟ ରହିଥିବାବେଳେ ଭୁବେନଶ୍ଵରରେ ପବନର ବେଗ ଘଣ୍ଟା ପ୍ରତି ୪୫ କିଲୋମିଟର ରେକର୍ଡ କରାଯାଇଛି।

କାଳବୈଶାଖୀ ପ୍ରଭାବରେ କଟକ, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହି ସମସ୍ତ ଜିଲ୍ଲା ସମେତ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Tags: #Weather #WeatherUpdates #Rainfall #Thundetsrom #Odisha

Comment