ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଓ୍ଵାର୍ଲ୍ଡ ହାଇପରଟେନସନ ଡେ’ ବା ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ। ପ୍ରତିବର୍ଷ ମେ’ ୧୭ ତାରିଖକୁ ସମଗ୍ର ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି।

ଉଚ୍ଚ ରକ୍ତଚାପ ଏମିତି ଏକ ସମସ୍ୟା ଯାହା ଫଳରେ ହାର୍ଟଆଟାକ୍, ହାର୍ଟ ଷ୍ଟ୍ରୋକ, କ୍ରୋନିକ କିଡନୀ ଡିଜିଜ ଏବଂ ହୃଷ୍ଟିହୀନ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ହାଇପରଟେନସନ ବା ଉଚ୍ଚ ରକ୍ତଚାପର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି।

୨୦୦୫ ମସିହା ମେ’ ୧୪ ତାରିଖରେ ଦ ଓ୍ଵାର୍ଲ୍ଡ ହାଇପରଟେନସନ ଲିଗର ସ୍ଥାପନା କରାଯାଇଥିଲା। ଏହା ପରେ ୨୦୦୬  ମେ’ ୧୭ ତାରିଖଠାରୁ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ ପାଳନ ଆରମ୍ଭ ହୋଇଥିଲା।

Tags: #WorldHypertensionDay2023 #HighBloodPressure #HealthCare #OdiaHealthTips

Comment