ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି ରାଜ୍ୟବାସୀ। ଆହୁରି ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମଙ୍ଗଳବାର ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ସର୍ବାଧିକ ୩୯ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଝାରସୁଗୁଡ଼ାରେ ୩୮.୪ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସମ୍ବଲପୁରରେ ୩୮.୨ ଡିଗ୍ରୀ, ହୀରାକୁଦରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୬.୬ ଡିଗ୍ରୀ, କେନ୍ଦୁଝରରେ ୩୬.୪ ଡିଗ୍ରୀ, ଗୋପାଳପୁରରେ ୩୪.୬ ଡିଗ୍ରୀ, ବାଲେଶ୍ଵରରେ ୩୩.୬ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ ଏବଂ ପାରାଦୀପରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସମୟ ବଢ଼ିବା ସହ ତାପମାତ୍ରା କ୍ରମଶଃ ବଢ଼ି ଚାଲିଛି।

ସୋମବାର ଦିନ ସମ୍ବଲପୁରରେ ସର୍ବାଧିକ ୪୩.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ବୌଦ୍ଧ ଜିଲ୍ଲାରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ହୀରାକୁଦ, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ତାଳଚେର ଏବଂ ରାଉରକେଲାରେ ୪୨ ଡିଗ୍ରୀ ଟପିଥିଲା ତାପମାତ୍ରା।

ଟିଟିଲାଗଡ଼, ବାରିପଦା, ଯାଜପୁର, ଫୁଲବାଣୀ, ଚାନ୍ଦବାଲି ଏବଂ ଭବାନୀପାଟଣାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା। ନବରଙ୍ଗପୁର, ପରାଦୀପ ଏବଂ ଗୋପାଳପୁରରେ ସର୍ବନିମ୍ନ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Tags: #Weather #WeatherUpdates #SummerHeat #Odisha

Comment