ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଆଉ ୩ ଦିନ ଗ୍ରୀଷ୍ମ ପ୍ରକୋପ ବଢ଼ିବ ବୋଲି ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ବୁଧବାର ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ଏବଂ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ସମ୍ବଲପୁରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୪୨.୪ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଭୁବନେଶ୍ଵରରେ ୪୧.୨ ଡିଗ୍ରୀ, ଚାନ୍ଦବାଲିରେ ୪୦.୮ ଡିଗ୍ରୀ, ହୀରାକୁଦରେ ୪୦.୦ ଡିଗ୍ରୀ, କେନ୍ଦୁଝରରେ ୩୯.୪ ଡିଗ୍ରୀ, ବାଲେଶ୍ଵରରେ ୩୭.୦ ଡିଗ୍ରୀ, ପୁରୀରେ ୩୩.୪ ଡିଗ୍ରୀ, ପାରାଦୀପରେ ୩୩ ଡିଗ୍ରୀ ଏବଂ ଗୋପାଳପୁରରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଏହା ପୂର୍ବରୁ ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ା ଓ ହୀରାକୁଦରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହାସହ ଚାନ୍ଦବାଲିରେ ୩୯ ଡିଗ୍ରୀ, ଭୁବନେଶ୍ଵରରେ ୩୮.୨ ଡିଗ୍ରୀ, କେନ୍ଦୁଝରରେ ୩୮.୨ ଡିଗ୍ରୀ, ବାଲେଶ୍ଵରରେ ୩୫.୪ ଡିଗ୍ରୀ, ପୁରୀରେ ୩୩.୬ ଡିଗ୍ରୀ, ଗୋପାଳପୁରରେ ୩୩ ଡିଗ୍ରୀ ଏବଂ ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Tags: #Weather #WeatherUpdates #SummerHeat #Odisha

Comment