ଓଡ଼ିଶାଲାଇଭ ବ୍ୟୁରୋ 

ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ ପାର କରିଛି। ଆହାତ ଅବସ୍ଥାରେ ୯୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଏନ୍ଡିଆରଏଫ, ଏସଡି ଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଦଳ।

ଅନ୍ୟପଟେ କେନ୍ଦ୍ର ରେଳ ମନ୍ତ୍ରୀ ଏହି ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା କେମିତି ହେଲା ସେ ନେଇ ଯାଞ୍ଚ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନିକିଆ ଶୋକ ପାଳନ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଦୁର୍ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି। ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଉଦ୍ଧାର କାର୍ଯ୍ୟ ପାଇଁ ଏୟାରଫୋର୍ସ ନିୟୋଜିତ ହେବେ।

Tags: #CoromandelExpressTragedy #Death #Accident #BalasoreBahanaga

Comment