ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ଓ୍ଵାର୍ଲ୍ଡ ରାବିଜ ଡେ’ ବା ବିଶ୍ଵ ଜଳାତଙ୍କ ଦିବସ। ରାବିଜ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖକୁ ଏହି ଦିବସ ପାଳନ କରାଯାଉଛି।
ସାଧାରଣତଃ କୁକୁର କାମୁଡ଼ି ଯୋଗୁଁ ରାବିଜ ବା ଜଳାତଙ୍କ ରୋଗ ହୋଇଥାଏ। ଜଳାତଙ୍କ ରୋଗ ଯୋଗୁଁ ଅନେକ ଲୋକ ପ୍ରାଣ ହରାଉଥିବା ମଧ୍ୟ ଦେଖାଯାଏ।
ରାବିଜ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।
ରାବିଜକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।
କୁକୁର କାମୁଡ଼ିବା ଏକ ସାଧାରଣ କଥା। ହେଲେ ସମୟ ଥାଉ ଥାଉ ଏହାର ଚିକିତ୍ସା କରିବା ନିହାତି ଦରକାର। ନଚେତ ଏହା ଜୀବନ ପାଇଁ ବିପଦ ହୋଇପାରେ ବୋଲି ଡାକ୍ତର କୁହନ୍ତି।
ତେବେ କୁକୁର କାମୁଡ଼ିଲେ କ’ଣ ହୁଏ, କୁକୁର କାମୁଡ଼ିବା ମାତ୍ରେ ପ୍ରାଥମିକ ଚିକିତ୍ସା କେମିତି କରିବେ, ଏହାର ଚିକିତ୍ସା କେମିତି କରିବେ ଏବଂ ଚିକିତ୍ସା ନକଲେ କ’ଣ ଅସୁବିଧା ହେବ, ସେ ସମ୍ପର୍କରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #DogBites #Rabies #OdiaHealthTips #DoctorAdvice